Odiapua.com

ଭଦ୍ରକ କଲେଜର ହୀରକ ଜୟନ୍ତୀ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କଲେଜ ପରିସରରେ ଥିବା ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ଓ ଭଦ୍ରକ କଲେଜ ଆଲୁମୋନି ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଶାନ୍ତିନିକେତନ ଐତିହ୍ୟ ସଂପନ୍ନ ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପ୍ରସ୍ତୁତି ନିମନ୍ତେ ପୁରାତନ ଛାତ୍ର ସଂସଦ ସଭାପତି ଡ. ଦେବେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜୁଲାଇ ମାସ ୬ ତାରିଖରେ ଭଦ୍ରକ କଲେଜ ତାର ୭୫ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଥିବାରୁ ଏଥିପାଇଁ ଆସନ୍ତା ୩ ତାରିଖରେ ଏକ ସଚେତନତା ଗଣଦୌଡ, ସଫେଇ, ରକ୍ତଦାନ ଶିବିର ଓ ବୃକ୍ଷରୋପଣ ଆଦି ବହୁ ଜନହିତକର କାମ କରାଯିବ। ଆସନ୍ତା ୩ ତାରିଖ ରବିବାର ସକାଳୁ କଚେରୀ ବଜାର ମହତାବଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହେବା ପାଇଁ ଥିବା ଗଣଦୌଡକୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଧର ପତାକା ଦେଖାଇ ଶୁଭାରମ୍ଭ କରିବେ ଓ ସେମାନଙ୍କୁ କଲେଜ ପରିସରରେ ସ୍ୱାଗତ କରାଯିବା ପରେ କଲେଜର ପତାକା ଉତ୍ତୋନ କରି ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

୬ ତାରିଖ ସକାଳ ୬.୩୦ ମିନିଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନରେ କଲେଜ ପରିସର ସଫେଇ, ୮.୩୦ ରକ୍ତଦାନ ଶିବିର, ୧୧.୦୫ ରେ ସ୍ମୃତି ମନ୍ଥନ, ଅପରାହ୍ନ ୨.୩୦ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଲେଜ ପରିସରରେ ୭୫ଟି ବୃକ୍ଷରୋପଣ କରାଯିବା ସହ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଦୀର୍ଘ ଏକବର୍ଷ ଧରି ପାଳନ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଛାତ୍ର, ପୁରାତନ ଛାତ୍ର, ହିତୈଷୀମାନଙ୍କ ସହଯୋଗ କାମନା କରିଛନ୍ତି ହୀରକ ଜୟନ୍ତୀ କମିଟି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ, ପୂର୍ବତନ ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସ, ସୌରେଶ ମହାନ୍ତି, ଅଧିବକ୍ତା ଦିବ୍ୟସିଂ ନାୟକ, ଅଧିବକ୍ତରା ସରୋଜ ତପନ ଦାସ, ଅଧିବକ୍ତା ଗଦାଧର ବଳ, ପୂର୍ବତନ ଛାତ୍ର ସଂସଦର ସଂପାଦକ ତଥା ସାମ୍ବାଦିକ ପ୍ରମୋଦ ରାୟ, ଜ୍ୟୋତି ପ୍ରକାଶ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ସ୍ୱାଧୀନ ସୁନ୍ଦର ଦାସ, ଅମ୍ବିକା ଦାସ, ଅମରେନ୍ଦ୍ର ବିଶ୍ୱାଳ, ଯୁବନେତା ଶରତ ପଢିଆରୀ, ଯୁବନେତା ତଥାଗତ ସାମଲ, ସାମ୍ବାଦିକ ଅପୂର୍ବ ବେହେରା ପ୍ରମୁଖ ଯୋଗଦେଇ କଲେଜର ଐତିହ୍ୟକୁ ତଥା ସ୍ୱାଭିମାନକୁ ବଜାୟ ରଖିବାକୁ ଆହ୍ୱାନ ଦେବା ସହ ହୀରକ ଜୟନ୍ତୀ ସମାରୋହକୁ ଧୁମଧାମରେ ସ୍ମରଣୀୟ କରିବା ପାଇଁ ନିବେଦନ କରିଛନ୍ତି। ଶେଷରେ ଅମ୍ବିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।