Odiapua.com

ଭଦ୍ରକ କଲେଜର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ହସ୍ତାନ୍ତରକୁ ନେଇ ଯେଉଁ ବିବାଦ ଲାଗିରହିଥିଲା, ତାହାର ଆଜି ଅବସାନ ଘଟିଛି। କଲେଜର ନୂତନ ଅଧ୍ୟକ୍ଷ ଭାବେ ଡ. ଲଳିତ ରଞ୍ଜନ ସାହୁ ଆଜି ତାଙ୍କ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ପୁରାତନ ଛାତ୍ର ସଂସଦର କର୍ମକର୍ତାଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଡ. ଶୈଳେନ୍ଦ୍ର ମହାପାତ୍ର, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଡ. ଦେବେନ୍ଦ୍ରନାଥ ରାଉତ, ପ୍ରଫେସର ସଂଗ୍ରାମ କେଶରୀ ମହାନ୍ତି, ଲକ୍ଷ୍ମୀଧର ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସନ୍ତୋଷ କୁମାର ସେଠୀ, ଡ. ଅଜିତ୍ କୁମାର ଦାସ, ଡ. ସଞ୍ଜୟ କୁମାର ଦତ, ଡ. ନାରାୟଣ ପ୍ରସାଦ ବେହେରା, ଡ. ମନୋରଞ୍ଜନ ସେଠୀ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କଲେଜର ସାମଗ୍ରିକ ବିକାଶ କ୍ଷେତ୍ରରେ ତାଙ୍କର ସହଯୋଗ ଲୋଡିଛନ୍ତି।