Odiapua.com

ଭଦ୍ରକ କଲେଜରେ ‘ମୋ କଲେଜ’ ଅଭିଯାନ କାର୍ଯ୍ୟକ୍ରମ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ‘ମୋ କଲେଜ’ ଅଭିଯାନ ଭିଡିଓ କନଫେରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏହି ପରିପ୍ରେକ୍ଷୀରେ ଭଦ୍ରକ ସ୍ୱୟଂ ଶାସିତ ମହବାିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ଉମାକାନ୍ତ ସାମଲ ଓ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ସହାୟତ ଦେଇପାରିବେ । ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱରେ ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡିହୋଇପାରିବେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଦେବେନ୍ଦ୍ରନାଥ ରାଉତ, ପ୍ରାଧ୍ୟାପକ ଡ. ଧୀରେନ କୁମାର ନାୟକ, ଡ. ଦୁର୍ଗାଶଙ୍କର ଦାସ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସନ୍ତୋଷ କୁମାର ସେଠୀ, ଡ. ଅଜିତ କୁମାର ଦାସ, ଡ. ସୁବୋଧ କୁମାର ମିଶ୍ର, ଡ. ଦୀନେଶ ଚନ୍ଦ୍ର ଦାସ, ଡ. ଅଶୋକ କୁମାର ଦାସ, ଡ. ମନୋରମା ନାୟକ, ଡ. ଲିପିକା ନାୟକ, ଡ. ପ୍ରତାପ ଚନ୍ଦ୍ର ସାହୁ, ଡ. ମୃତ୍ୟୁଞ୍ଜୟ ଦାସ, ପ୍ରଫେସର ରାଧାରାଣୀ ମହାପାତ୍ର ଓ ଡ. ସଂଗ୍ରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।