Odiapua.com

ଭଦ୍ରକ କଲେଜରେ ନାମଲେଖାରେ ଅନିୟମିତା , ପ୍ରତିବାଦ କରି ଗେଟ୍‌ରେ ତାଲା ପକାଇଲେ ଛାତ୍ର କଂଗ୍ରେସ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ କଲେଜରେ ନାମ ଲେଖାରେ ବ୍ୟାପକ ଅନ୍ୟମିୟତା ହୋଇଛି । କିଛି ଦଲାଲ୍‌ଙ୍କ ଦ୍ୱାରା ଟଙ୍କା ନେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଦ୍ ଦେଇ କମ୍ ପର୍‌ସେଣ୍ଟେଜ୍ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇଛି । ଏହା ବିରୋଧରେ ଛାତ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଂଜନ ବାରିକ ତାଙ୍କ ସମର୍ଥକ ସହିତ ଏହାର ତୀବ୍ର ବିରୋଧ କରିଛନ୍ତି । ଏ ଦୁର୍ନତୀ ବିରୋଧରେ ସମ୍ପୂର୍ଣ୍ଣ ତଥ୍ୟ କଲେଜର ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ସହିତ କଳେଜ ଗେଟ ସମ୍ମୁଖରେ ଟାୟାର ଜାଳି ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ପରେ କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବା ସହ ଏକଦାବି ପତ୍ର ପ୍ରଦାନ କରିଥିଲେ । ଏହାର ସତ୍ୟାସତ୍ୟର ତଦନ୍ତ କରାଯିବା ସହିତ ଯିଏ ଏପରି କାର୍ଯ୍ୟ କରିଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆଗାମୀ ଦିନରେ ଏଭଳି ଅନିୟମତା ହେବ ନାହିଁ ବୋଲି ପ୍ରତିଶୃତି ବୋ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନରେ ହେମନ୍ତ ମହାପାତ୍ର, ସନ୍ତୋଷ ଖୁଣ୍ଟିଆ, ରାଜେଶ ସାହୁ, ଅବିନାଶ ରାମ, ସତ୍ୟଜିତ ରାଉତ, ଡି ଜେ ଦିପ୍ତିମାନ ଜେନା, ଦିପ୍ତିରଞ୍ଜନ ନାୟକ, ଜ୍ଞାନରଞ୍ଜନ ପରିଡ଼ା, ପ୍ରିୟାଶୁଂ ନାୟକ, ସନ୍ତୋଷ ଜେନା, ମହେଶ୍ୱର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।