Odiapua.com

ଭଦ୍ରକ – କରୋନା ଆକ‌୍ରାନ୍ତଙ୍କ ତଥ୍ୟ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରୁ ଗୁରୁବାର ଦିନ ଆଉ ନୂଆ ୧୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୨୯ଜଣ ସୁସ୍ଥ ହୋଇଥିବା ବେଳେ ବାକି ୮୦୬ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଜଣେ ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହି ଟିଏମ୍‌ସିର ହୋଇଥିବା ବେଳେ ୨ଜଣ ବାସୁଦେବପୁର ପୌରପାଳିକା ବେତଡା ଟିଏମ୍‌ସିର। ଧାମନଗର ବ୍ଲକ ସାହାସପୁର ଗ୍ରାମର ଜଣେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ହେଲା ବେଳେ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବ୍ଲକ କୋଠାର ପଞ୍ଚାୟତରୁ ୧୬ଜଣ, ବୟାଙ୍ଗଡିହି ପଞ୍ଚାୟତରୁ ୬ଜଣ, ଧୁଷୁରୀ ପଞ୍ଚାୟତରୁ ୯ଜଣ, ବମକୁରାରୁ ୨ଜଣ, ଭଦ୍ରକ ବ୍ଲକର କୋରକୋରା ପଞ୍ଚାୟତରୁ ୩ଜଣ, ଅଣ୍ଢେଇପଲ୍ଲୀରୁ ଜଣେ, ଜଳଙ୍ଗାରୁ ଜଣେ, ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତରୁ ୮, ଅଢୁଆଁ ପଞ୍ଚାୟତରୁ ୩, ବ୍ରାହ୍ମଣୀଗାଁରୁ ଜଣେ, ନରସିଂହପୁରରୁ ଜଣେ, ଚୁଡାମଣିରୁ ଜଣେ, ଗୁଆଗଡିଆରୁ ଜଣେ, ବାଲିମେଦରୁ ୨ଜଣ, ବାଲିମୁଣ୍ଡାରୁ ଜଣେ, ଇରମରୁ ଜଣେ, ନାୟକାଣିଡିହିରୁ ଜଣେ, ନୂଆଗାଁ ପଞ୍ଚାୟତରୁ ଜଣେ, ବାସୁଦେବପୁର ପୌରପାଳିକାର ମନ୍ଦାରୀରୁ ୨, ଗୋପାଳପୁରରୁ ଜଣେ, ୧୫ ନଂ ୱାର୍ଡରୁ ୨ଜଣ, ୧୮ ନଂ ୱାର୍ଡରୁ ଜଣେ, ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରୁ ୮, ଓଡଙ୍ଗ ପଞ୍ଚାୟତରୁ ୩ଜଣ, ବନ୍ତ ପଞ୍ଚାୟତରୁ ୨ଜଣ, ମହାନ୍ତିପଡାରୁ ୩ଜଣ, ଗୋବିନ୍ଦପୁରରୁ ଜଣେ, ଚାରିଗାଁରୁ ଜଣେ, ରାମଚନ୍ଦ୍ରପୁରରୁ ଜଣେ, ବିଟିପୁରରୁ ଜଣେ, ଗୋପୀନାଥପୁରରୁ ଜଣେ, ତିହିଡି ବ୍ଲକ ଭାଟପଡା ପଞ୍ଚାୟତରୁ ୬, ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତରୁ ୪, ଜଳେଶ୍ୱରପୁର ପଞ୍ଚାୟତରୁ ଜଣେ, ଗୋପିନାଥପୁର ପଞ୍ଚାୟତରୁ ଜଣେ, ତେନ୍ତୁଲିଡିହିରୁ ଜଣେ, ଭଦ୍ରକ ପୌରପାଳିକା ୮ନଂ ୱାର୍ଡରୁ ଜଣେ, ୧୮ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ କୁରିଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଡ- ଜ୍ଞାନ ଦାସ ସୂଚନା ଦେଇଛନ୍ତି।