Odiapua.com

ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ତତ୍ପରତା

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନଜୀବୀମାନଙ୍କ ପାଇଁ ଗଠିତ ସର୍ବୋଚ୍ଚ ନିତୀ ନିର୍ଦ୍ଧାରଣ ସଂସ୍ଥା ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ଆଇନଜୀବୀ ପରିଷଦର ସହଯୋଗିତାରେ ରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ ତାରିଖ ଅନୁଷ୍ଠିତ ହେବ । ଏôତ ପାଇଁ ଭଦ୍ରକ ବାର ଚଳ ଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି । ତେବେ ଓକିଲ ସଂଘର ସଭାପତି ଓ ସମ୍ପାଦକ ପାଇଁ ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦୀତା ହେଉଛି । ସଭାପତି ପଦବୀ ପାଇଁ ଏବେରେ ସଭାପତି ଦିଲ୍ଲୀପ ମହାପାତ୍ର ଓ ପ୍ରାକ୍ତନ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । ସେହିପରି ସମ୍ପାଦକ ପଦବୀ ପାଇଁ ଏବେରେ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଓ ଗତ ଥର ତାଙ୍କୁ ପ୍ରତିଦ୍ୱନ୍ଦୀତା କରିଥିବା ଜିେତେନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେବ ବୋଲି ଜଣାପଡ଼ିଛି । ସେହିପରି ଉପସଭାପତି ପଦବୀ ପାଇଁ କାର୍ଯ୍ୟରତ ଅମିତାବାଳା ଆଚାର୍ଯ୍ୟ, ଶରତ ମହାକୁଡ଼, କରୁଣାକର ଦାସ ପ୍ରମୁଖ ନିଜର ପ୍ରାର୍ଥୀପତ୍ର ଦାକଲ କରିଛନ୍ତି । ଅନୁରୂପ ଯୁଗ୍ମ ସମମ୍ପାଦକ ପଦବୀ ପାଇଁ ବିବେକୋନନ୍ଦ ମହାନ୍ତି, ଚନ୍ଦ୍ରାବତୀ ନାୟକ, ନିକୁଞ୍ଜ ପୁହାଣ. ସହକାରୀ ସମ୍ପାଦକ ପଦବୀ ପାଇଁ ଅଭୟ ସେଠୀ, ବିଶ୍ୱମ୍ଭର ନାୟକ, ପାଠାଗର ସମ୍ପାଦକ ପାଇଁ ଅଶୋକ ନାୟକ, ଉମାକାନ୍ତ ସେଠୀ, କୋଷାଧ୍ୟକ୍ଷ ପଦବୀ ପାଇଁ ଅର୍ଚ୍ଚନାରାଣୀ ଦାସ ଓ ସୁରେନ୍ଦ୍ର କର ସେମାନଙ୍କ ମନୋନୟନ ପତ୍ର ଦାକଲ କରିଛନ୍ତି ।

୨୭ ତାରିଖ ନିର୍ବାଚନ ହେବା ସହ ବିଜୟୀଙ୍କ ନାମ ଘୋଷଣା ହେ ବୋଲି ନିର୍ବାଚନ ଅଧିକାରୀ ସରୋଜ ତପନ ଦାସଙ୍କ ସୂତ୍ରରୁ ପ୍ରକାଶ । ନିର୍ବାଚନ ଅଧିକାରୀ ଭାବେ ଚଳିତ ଥର ଶ୍ରୀ ଦାସ ଦାୟିତ୍ୱ ତୁଲାଉଥିବାବେଳେ, ସହକାରୀ ଅଧିକାରୀ ଭାବେ ଦୀପକ ସାହୁ, ଅଜୟ ନାୟକ ଓ ଅଞ୍ଜୁବାଳା ରାଉତ ଦାୟିତ୍ୱ ନିର୍ବାହ କରିବେ । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଦେଶ ତମାମ ଓକିଳମାନଙ୍କର ନିର୍ବାଚନ ପ୍ରକ୍ରିୟା ଅଲଗା ଅଲଗା ସମୟରେ ହେଉଥିଲେ ମଧ୍ୟ, ୨୦୧୯ ମସିହା ଠାରୁ ଜଣେ ଓକିଲ ଗୋଟିଏ ଭୋଟ ପ୍ରଥା ପ୍ରଚଳିତ ହୋଇଛି । ବାର କାଉନସିଲ ଅଫ ଇଣ୍ଡିଆ ମାର୍ଚ୍ଚ ମାସର ଶେଷ ଶନିବାର ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରିଛି । ସେହି ନିୟମ ଅନୁଯାୟୀ ଆସନ୍ତା ୨୭ ତାରିଖ ନିର୍ବାଚନ ହେବ । ଗତବର୍ଷ ମହାମାରୀ କରୋନା ପାଇଁ ନିର୍ବାଚନ ହୋଇନପାରିବାରୁ ୨୦୨୦ ଡିସେମ୍ବର ମାସ ୨୭ ତାରିଖରେ ମାତ୍ର ୩ମାସ ପାଇଁ ନିର୍ବାଚନ ହୋଇ କାର୍ଯ୍ୟକାରିଣୀ ଦାୟିତ୍ୱ ନେଇଥିଲା ।