Odiapua.com

ଭଦ୍ରକ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘ ସଭାଗୃହ ପରିସରରେ ଅନୁଷ୍ଠିତ ଉତ୍ସବରେ ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ସରୋଜ ତପନ ଦାସ ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ନୂତନଭାବେ ନିର୍ବାଚିତ କର୍ମକର୍ତ୍ତା ଯଥା- ସଭାପତି ଦିଲ୍ଲୀପ କୁମାର ମହାପାତ୍ର,ଉପସଭାପତି କରୁଣା କର ଦାଶ, ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର କର, ଯୁଗ୍ମ ସଂପାଦକ(ସାଧାରଣ) ନିକୁଞ୍ଜ କୃଷ୍ଣ ପୁହାଣ, ସହ ସଂପାଦକ ଅଭୟ କୁମାର ସେଠୀ. ସହ ସଂପାଦକ(ପାଠାଗାର) ଅଶୋକ କୁମାର ନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବ ସଂଗ୍ରାମ କେଶରୀ ଜେନା,ସେକ୍ ସାହାଜାହାନ୍‌, ସଞ୍ଜୟ କୁମାର ନାୟକଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରିଥିଲେ । ସମସ୍ତ କର୍ମକର୍ତ୍ତାମାନେ ଈଶ୍ୱରଙ୍କ ନାମରେ ଶପଥପାଠ କରିଥିଲେ ଯେ ଭଦ୍ରକ ଓକିଲସଂଘର ନିୟମକାନୁନ୍ ମାନି କାର୍ଯ୍ୟକରିବା ସହ ସଂଘର ସମ୍ମାନବୃଦ୍ଧି ପାଇଁ କାର୍ଯ୍ୟକରିବେ ଏବଂ ଆଇନ୍‌ଜୀବୀମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ଧ୍ୟାନଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଶପଥପାଠ ଉତ୍ସବରେ ବରିଷ୍ଠ ଆଇନ୍‌ଜୀବୀ ଶଶିଭୂଷଣ ପଣ୍ଡା, ପ୍ରଫୁଲ ପାଢୀ,ନିଶିକାନ୍ତ ନାୟକ, ବିଜନ ଜେନା, ସେକ୍ ଜୁଲୁଫିକର ଅଲ୍ଲୀ, ଗିରିଧାରୀ ନାଥ,ସନ୍ତୋଷ ଆଚାର୍ଯ୍ୟ, ସୌମଭ ଦେ, ଧିରେନ୍ଦ୍ର ରାଏ,ଗଦାଧର ବଳ, ଗଣେଷ ଦାଶ, କାହ୍ନୁ ବାରିକ୍‌, ସତ୍ୟସୁନ୍ଦର ପତିଙ୍କ ସମେତ ବହୁ ଆଇନ୍‌ଜୀବୀମାନେ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲା ସୁକମା ସୀମାରେ ନକ୍ସଲମାନଙ୍କ ଆକ୍ରମଣରେ ୨୪ଜଣ ଯବାନ ସହିଦ୍‌ଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରଯାଇଥିଲା । ଆସନ୍ତା ଶୁକ୍ରବାର ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ହେବ ବୋଲି ମତପ୍ରକାଶ ପାଇଥିଲା ।