Odiapua.com

ଭଦ୍ରକ ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନଳାଙ୍ଗ କୋର୍ଟ ପରିସରରେ ଥିବା ଭଦ୍ରକ ଓକିଲ ସଂଘ ସଦନରେ ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରଥମେ ନିର୍ବାଚିତ ସଦସ୍ୟମାନଙ୍କ ନାମ ଘୋଷଣା କରିବା ପରେ, ସଂପାଦକ ଦିବ୍ୟସିଂ ନାୟକ ଆନୁଷ୍ଠାନିକ ଭାବେ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ବରିଷ୍ଠ ଅଧିବକ୍ତା ବଟକୃଷ୍ଣ ଦାସ ନିର୍ବାଚିତ ସଦସ୍ୟମାନଙ୍କୁ ପଦ ଓ ଗୋପନିୟତାର ଶପଥପାଠ କରାଇଥିଲେ । ମୋହରୀର ସଂଘ ତରଫରୁ ସଭାପତି ଉମାକାନ୍ତ ସାହୁ, ସଂପାଦକ ରାମଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ଆଜି ସଭାରେ ସଭାପତି ନିରାକାର ଜେନା ଶାରୀରିକ ଭାବେ ଅସୁସ୍ଥତା କାରଣରୁ ଉପସ୍ଥିତ ରହିପାରିନଥିଲେ ମଧ୍ୟ ଉପସଭାପତି ମନୋରଞ୍ଜନ ଦାସ ସଭା ପରିଚାଳନା କରିଥିଲେ ଓ ସଭାଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶପଥ ଗ୍ରହଣ ସମାରୋହରେ ଅରୁଣ କୁମାର ଚାନ୍ଦ, ପର୍ଶୁରାମ ଦ୍ୱିବେଦୀ, ଦୁର୍ଗା ରାୟ ମହାପାତ୍ର, ଯତିକାନ୍ତ ନାୟକ, ଗିରିଧାରୀ ନାଥ, ଅଗଣି ଜେନା, ଅଞ୍ଜୁବାଳା ନାୟକ, ସ୍ନିଗ୍ଧାରାଣୀ ଜେନା, ଅରୁଣ ମିଶ୍ର, ଗଦାଧର ବଳ, ରଶ୍ମିରଂଜନ ଦୀକ୍ଷିତ, ସଂଜୟ ମାଝୀ, ଜୟନ୍ତ କୁମାର ଭୋଇ, ନାରାୟଣ ମହାପାତ୍ର, ଶଶୀଭୂଷଣ ପଣ୍ଡା, ରାଧା ଦାସ, ପବନ ଶର୍ମା ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲ ଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ପ୍ରତି ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଭଦ୍ରକ ଓକିଲ ସଂଘର ସଭାପତି ବସନ୍ତ ଦାସ, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଦୀପକ କୁମାର ସାହୁ, ଲାଇବ୍ରେରୀ ସହ ସଂପାଦକ ନିକୁଞ୍ଜ କିଶୋର ପୁହାଣ, ସୁରେନ୍ଦ୍ର କୁମାର କର, ସହ ସଂପାଦକ ଗିରିଜା ଶଙ୍କର ଦାସ, କୋଷାଧ୍ୟକ୍ଷ କିଶୋର ବଳ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିଳାଦିତ୍ୟ ନାୟକ, କୌଶିକ କୁମାର ଦାସ, ବିଶ୍ୱପ୍ରକାଶ ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ ନାୟକ, ସହ ଅଧିକାରୀ ସରୋଜ ତପନ ଦାସ, ଅତିଶ କୁମାର ବେହେରା, ଲଲାଟେନ୍ଦୁ ଦୀକ୍ଷିତ, ନାରାୟଣ ମହାନ୍ତି, ଚିତ୍ତରଞ୍ଜନ ନାଥ, ବନିତା ଦସ୍ତ ଜ୍ୟୋତି, ରଞ୍ଜନ ବେହୁରା ପ୍ରମୁଖ ନିଯୁକ୍ତି ପାଇଥିଲେ ।