ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭଦ୍ରକ ଓକିଲ ସଂଘର ନିର୍ବାଚନ ସରିଯାଇଛି। ଜାତୀୟ କବି ବାଂଛାନିଧି ମହାନ୍ତିଙ୍କ ପୌତ୍ର ତଥା ବରିଷ୍ଠ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ସୂର୍ଯ୍ୟକାନ୍ତ କୁଅଁରଙ୍କୁ ବହୁ ଅଧିକ ଭୋଟ ପାଇ ସଂପାଦକ ଭାବେ ବିଜୟୀ ହୋଇଛନ୍ତି। ତାଙ୍କର ଏହି ବିଜୟ ପରେ ଭଦ୍ରକବାସୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଶେଷକରି ତାଙ୍କର ବିଜୟରେ ଆଜି ପୂର୍ବତନ ପୌରପାଳ ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ସମାଜସେବୀ ସେମାନାଥ ସାହୁ, ଶ୍ୟାମସୁନ୍ଦର ନାୟକ, ରଂଜିତ ଲେଙ୍କା ପ୍ରମୁଖ ତାଙ୍କ ବାସଭବନରେ ସାକ୍ଷାତ୍ କରି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଏବଂ ତାଙ୍କର ଏହି ବିଜୟ ଭଦ୍ରକବାସୀଙ୍କୁ ଗୌରବାନ୍ୱିତ କରିଛି ବୋଲି ଇଂ ସାମଲ କହିଛନ୍ତି।