Odiapua.com

ଭଦ୍ରକ ଓକିଲ ସଂଘର ଅନ୍ତରୀଣ କାର୍ଯ୍ୟକାରୀ କମିିଟି ଗଠନ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ବାର୍ କାଉନ୍‌ସିଲ ତଥା ଓଡିଶା ରାଜ୍ୟ ବାର କାଉନ୍‌ସିଲ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରତ୍ୟେକ ଓକିଲ ସଂଘର କାର୍ଯ୍ୟକାରୀ କମିଟି ଗଠନ ପାଇଁ ନିର୍ବାଚନ ହେବାର ନିୟମ ଅନୁସାରେ ଭଦ୍ରକ ଓକିଲ ସଂଘର କାର୍ଯ୍ୟକାରୀ କମିଟିର ସଭ୍ୟ ନିର୍ବାଚନ ପାଇଁ ମାର୍ଚ୍ଚ୨୮ ତାରିଖ ଦିନ ନିର୍ବାଚନ ହେବାର ସ୍ଥିର ହୋଇଥିଲା ଏବଂ ଏଥି ସଂକ୍ରାନ୍ତରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କରୋନା ମହାମାରୀ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା ଏବଂ ବାର୍ କାଉନ୍‌ସିଲ,ଭଦ୍ରକ ବାର୍ ଆସୋସିଏସନ୍‌ରେ ଥିବା କାର୍ଯ୍ୟକାରୀ କମିଟିକୁ ଭାଙ୍ଗିଦେଲେ ଏବଂ ଏକ ଅନ୍ତରୀଣ କାର୍ଯ୍ୟକାରୀ କମିଟି ଗଠନ କରି ଜୁନ୍ ୧ତାରିଖରେ ପତ୍ର ମାଧ୍ୟମରେ ଜଣାଇଥିଲେ ଏବଂ ସେହି ଆଦେଶରେ ଭଦ୍ରକ ଓକିଲ ସଂଘର ଏକ ୭ଜଣ ଅନ୍ତରଣୀୟ କମିଟି ଗଠନ ହୋଇଛି । ଉକ୍ତ କମିଟିରେ ଯତୀନ୍ଦ୍ର ମୋହନ ଦାସ, ଚେୟାରମେନ୍ ସନ୍ତୋଷ କୁମାର ନାୟକ, ବିଜନ କୁମାର ଜେନା,ଶରତଚନ୍ଦ୍ର ମହାପାତ୍ର,ନିତ୍ୟାନନ୍ଦ ଦାସ, ସନ୍ତୋଷ ଆଚାର୍ଯ୍ୟ, ପର୍ଶୁରାମ ଦ୍ୱିବେଦୀ ସଭ୍ୟ ରୂପେ ମନୋନିତ ହୋଇଅଛନ୍ତି ଏବଂ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଭଦ୍ରକ ଓକିଲ ସଂଘର ଏହି ଅନ୍ତରୀଣ କମିଟି କାର୍ଯ୍ୟକାରୀ କମିଟି ରୂପେ କାର୍ଯ୍ୟ କରିବ । ଶ୍ରୀ ଯତୀନ୍ଦ୍ର ମୋହନ ଦାସ, ଚେୟାରମେନ୍‌ଙ୍କ ସଭାପତିତ୍ୱରେ ଜୁନ୍ ୪ତାରିଖରେ ଭଦ୍ରକ ଓକିଲ ସଂଘ ଅନ୍ତରୀଣ କମିଟିଙ୍କର ଏକ ବୈଠକ ଭଦ୍ରକ ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନ୍ତରୀଣ କମିଟି ସନ୍ତୋଷ କୁମାର ନାୟକ ଓ ବିଜନ କୁମାର ଜେନାଙ୍କୁ ସର୍ବସମ୍ମତ କ୍ରମେ ଯଥାକ୍ରମେ ସଂପାଦକ ଓ କୋଷାଧ୍ୟକ୍ଷ ରୂପେ ମନୋନୀତ କରିଥିଲେ ।