Odiapua.com

ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାର ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ଦୁଇ ଦିନ ଧରି ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା କାଲି ୩୦ ତାରିଖରେ ଭଦ୍ରକ ଜିଲ୍ଲା ଧାମରା ହେଲିପ୍ୟାଡରେ ପହଞ୍ଚିଲା ପରେ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜକନିକା, ଭିତରକନିକା, ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଆଦି ଅଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ୩୧ ତାରିଖରେ ଧର୍ମେନ୍ଦ୍ର ବାଲେଶ୍ଵର ଚାନ୍ଦିପୁର ଯାଇ ସେଠାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।