Odiapua.com

ଭଦ୍ରକ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ , ଜିଲ୍ଲା ଉତ୍କଳ ସମ୍ମିଳନୀ, ଗାନ୍ଧୀ ବିଚାର ମଂଚ, ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଭଦ୍ରକରେ ଗମ୍ଭୀର ପରିବେଶରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ପୁରୁଣା କୋର୍ଟ କଚେରୀ ପ୍ରାଙ୍ଗଣରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତିରେ ଜିଲ୍ଲା ଜଜ୍ ଲଲା ଟେନ୍ଦୁ ଜେନା, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଭାତ କୁମାର ରାଜଗୁରୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ଉତ୍କଳ ସମ୍ମିଳନୀର କର୍ମକର୍ତା, ବରିଷ୍ଠ ନାଗରିକ ସଂଘର ସଦସ୍ୟ ,ବରିଷ୍ଠ ନାଗରିକ ମହାସଂଘ ର ସମ୍ପାଦକ କୈଳାଶ ମହାପାତ୍ର, ଅମର ପାଣିଗ୍ରାହୀ, ମୁକ୍ତିକାନ୍ତ ମହାପାତ୍ର, ଦିଲ୍ଲୀପ ନାୟକ, ବାବୁଲାଲ ଦାସ ଗୌରାଙ୍ଗ ବାରିକ, ଓ ସାଧାରଣ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇ ମଧୁବାବୁଙ୍କ ସ୍ମୃତିଚାରଣ କରି ଓଡ଼ିଶାର ସ୍ୱାଭିମାନ, ଶିକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଆୟୋଜିତ ସଭାରେ ମଧୁବାବୁଙ୍କ ଓଡ଼ିଶା ଗଠନରେ ଅବଦାନ, ଜାତୀୟତାବାଦୀ ଚେତନା ଓ ସମାଜ ସେବାରେ ତାଙ୍କ ଅମୂଲ୍ୟ ଭୂମିକା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବପିଢ଼ୀ ସମାଜ ଗଠନରେ ଆଗେଇ ଆସିବାକୁ ଅତିଥିମାନେ ଆହ୍ୱାନ ଜଣାଇଥିଲେ।