Odiapua.com

ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓପନ ପେଣ୍ଡେଲରେ ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାମାଜିକ କାର୍ଯ୍ୟକଳାପର ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୭୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିବିରଟିକୁ ଭଦ୍ରକର ବରିଷ୍ଠ ମେଡିସିନ ସ୍ପେଶାଲିଷ୍ଟ ଦୁର୍ଯ୍ୟୋଧନ ଦାସ ଏବଂ ଡାକ୍ତର ଇକ୍ଷାଶ୍ରୀ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଅଜିତ୍ କୁମାର ଦାସ, ସଂଯୋଜକ ଡ. ସ୍ୱପ୍ନା ସୋନାଲିକା, ଅଧ୍ୟାପକ ସତ୍ୟନାରାୟଣ ବାରିକ ଏବଂ ଅଧ୍ୟାପକ ଡ. ସଂଜୟ କୁମାର ଶତପଥୀ ସହଯୋଗ କରିଥିଲେ ।