Odiapua.com

ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” ଯୋଜନାର ୪ର୍ଥ ଦିବସ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ତରଫରୁ “ନୂଆ-ଓ” ଯୋଜନା କାର୍ଯ୍ୟକ୍ରମ ଗତ ତିନିଦିନ ଧରି ଚାଲିଆସିଥିବାବେଳେ ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହା ଚତୁର୍ଥ ଦିବସରେ ପହଞ୍ôଚଛି । ଏହି ଚତୁର୍ଥ ଦିବସରେ ନିଶା ନିବାରଣ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରି ସମାଜକୁ କିପରି ନିଶା କବଳିତ କରି ରଖିଛି ଓ ତାହା ସେବନ ଦ୍ୱାରା ମଣିଷର କ’ଣ କ୍ଷତି ଘଟିଥାଏ । ଏବଂ ନିଶାରୁ କିପରି ମୁକ୍ତି ପାଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଅଜିତ୍ କୁମାର ଦାସ, ସଂଯୋଜକ ଡ. ସ୍ୱପ୍ନା ସୋନାଲିକା ଜେନା, ଅଧ୍ୟାପକ ସତ୍ୟନାରାୟଣ ବାରିକ ଓ ଅଧ୍ୟାପକ ଡ. ସଂଜୟ କୁମାର ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।