Odiapua.com

ଭଦ୍ରକ ଇସ୍କନ ମନ୍ଦିରରେ ରାଧାଷ୍ଟମୀ ପାଳିତ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଓ ଗୋପାଳ ଜୀଉଙ୍କର ରାଧାଷ୍ଟମୀ ଉତ୍ସବ ଯଥା ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ନାମାଚାର୍ଯ୍ୟ ଦାଶ ବ୍ରହ୍ମଚାରୀ, ହେମନ୍ତ ନାୟକ, ବିଜୟ ରାଉତ, ଉମାକାନ୍ତ ପଲାଇ, ଉଜ୍ଜ୍ୱଳ ସାହୁ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ରାଧାଙ୍କର ପୂଜାର୍ଚ୍ଚନା ସହ ହରିନାମ ସଂକୀର୍ତ୍ତନ ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ଉତ୍ସବଟି ସରକାରଙ୍କ କରୋନା ଜନିତ କୋଭିଡ୍‌-୧୯ ର ନିୟମ ଅନୁସାରେ ପାଳିତ ହୋଇଛି ।