ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇନ୍ଟାକ୍ ଶାଖା ଆନୁକୂଲ୍ୟରେ ଜାନୁଗଞ୍ଜ ‘ଦିବ୍ୟମ୍’ ସଭାଗୃହରେ ଏକ ବିଶେଷ ଅଧିବେଶନ ହୋଇଯାଇଛି । ଇନ୍ଟାକ୍ର ସଦସ୍ୟ ବିଶିଷ୍ଟ ଐତିହାସିକ ପ୍ରାଧ୍ୟାପକ ଡ. ଭାଗବତ ତ୍ରିପାଠୀଙ୍କ ରଚିତ ଇତିହାସ କଥା କହେ -୨ୟ ଭାଗ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ’ ଭଦ୍ରକ ଶାଖା ଆବାହକ ଶ୍ରୀଯୁକ୍ତ ଦିଗମ୍ବର ମହାନ୍ତି ଏଥିରେ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନନୀୟ ବକ୍ତାଭାବେ ଯଥାକ୍ରମେ ବାଗ୍ମୀ ଡ. ବ୍ରଜମୋହନ ମିଶ୍ର, ପ୍ରଫେସର ଡ. ସୋମାଚାନ୍ଦ ଓ ଗୋସ୍ୱାମୀ ଗୋଲାମ ଦେବତା ଭାରତୀୟ ଇତିହାସ, ପ୍ରତ୍ନତତ୍ତ୍ୱ ଓ ଇତିହାସର ପୁର୍ନଲିଖନ ଉପରେ ସାରଗର୍ଭକ ଆଲେଚନା କରିଥିଲେ । ପ୍ରକାଶକ ଡ. ରାଇମୋହନ ମହାପାତ୍ର ପୁସ୍ତକର ଉଦ୍ଦେଶ୍ୟ ସଂପର୍କରେ ଓ ନିଜେ ଲେଖକ ଡ. ଭାଗବତ ତ୍ରିପାଠୀ ପୁସ୍ତକ ରଚନା ନିମନ୍ତେ ସଂଗୃହୀତ ତଥ୍ୟ ପ୍ରମାଣ ପାଇଁ ଅନୁଭୂତ ଦୁର୍ଦ୍ଦଶା, କଷ୍ଟ ତଥା ପୁସ୍ତକରେ ସନ୍ନିହିତ ୨୨ଟି ପ୍ରବନ୍ଧ ଉପରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଇନ୍ଟାକ୍ ଶାଖାର ବରିଷ୍ଠ ସଦସ୍ୟ ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକର ବହୁ ବିଶିଷ୍ଟ ଶିକ୍ଷାବିତ୍ ଡ. କ୍ଷୀରୋଦ କୁମାର ସାମଲ, ଶାନ୍ତନୁ ରାଉତ, ଶଶିକାନ୍ତ ପାଢୀ, ଡ. ଗୋଲକ ବିହାରୀ ସାହୁ, ପଦ୍ମନ କୁମାର ରାୟ, ବିଚିତ୍ରନନ୍ଦ ମହାନ୍ତି, ସୁଧାକର ରାଉତ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।