Odiapua.com

ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ରାୟ ତାଙ୍କ ସ୍ୱାଗତ ସମ୍ଭାଷଣରେ ଆମ୍ଭେ ପ୍ରାପ୍ତ କରିଥିବା କଷ୍ଟଲବ୍ଧ ସ୍ୱାଧୀନତା ପଛରେ ଯେଉଁ ମହାନ୍ ନେତୃବର୍ଗ ତଥା ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହୀଦ ମାନଙ୍କର ବହୁମୂଲ୍ୟ ତ୍ୟାଗ, ବୀରତ୍ୱ ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ବେହେରା ନିଜ ବକ୍ତବ୍ୟରେ ଦେଶ ପାଳନ କରୁଥିବା ସ୍ୱାଧୀନତାର ଏହି ୭୫ ତମ ଆଜାଦ୍ ଅମୃତ ମହୋତ୍ସବ ଅବସରରେ ସମସ୍ତ ଦେଶ ଓ ରାଜ୍ୟବାସୀ ସଂକଳ୍ପବଦ୍ଧ ହୋଇ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପକ ପ୍ରିୟଦର୍ଶୀ ରାୟ ନିଜ ବକ୍ତବ୍ୟରେ ଆଜିର ଦିନରେ ଆମେ ଯେଉଁ ସ୍ୱାଧୀନତା ପାଇଛୁ, ତାହା ପଛରେ ଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିବାର ସମୟ ଆସିଛି ବୋଲି କହିଥିଲେ। ଏହି ଉତ୍ସବଟିକୁ ମହାବିଦ୍ୟାଳୟର କର୍ମଚାରୀ ସରୋଜ ସାମଲ, ସୁଶାନ୍ତ ମହାପାତ୍ର, ପ୍ରଶାନ୍ତ ବଳବନ୍ତରାୟ, ରଜତ ସ୍ୱାଇଁ, ମନୋରଂଜନ ମହାନ୍ତି, ପ୍ରମୋଥ ଜେନା, ପଦ୍ମଲୋଚନ ବାରିକ, ନିମାଇଁ ଚରଣ ଜେନା ଓ ନିରାପତ୍ତା ରକ୍ଷୀମାନଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇ ସଫଳ କରାଇଥିଲେ।