Odiapua.com

ଭଦ୍ରକ ଅଭିକର୍ତ୍ତା ସଂଘ ପକ୍ଷରୁ କାଉଡିଆଙ୍କୁ ଖାଦ୍ୟ ବଣ୍ଟନ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ବର୍ଷ ପବିତ୍ର ଶ୍ରାବଣମାସର ସମସ୍ତ ସୋମବାରରେ ବହୁ ଦୂର ଦୂରାନ୍ତରୁ କାଉଡିଆମାନେ ପାଦରେ ଚାଲି ଚାଲି ଆସି ମହାଦେବଙ୍କୁ ଜଳଲାଗି କରିଥାନ୍ତି। ମାନସିକଧାରୀ କାଉଡିଆମାନେ ଏହି ପବିତ୍ର ଶ୍ରାବଣମାସରେ ନଦୀରୁ କଳସରେ ଜଳ ପୂର୍ଣ୍ଣକରି ସେଥିରେ ପଞ୍ଚଶସ୍ୟ, ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ନଦୀପଠାରେ ଶିବଲିଙ୍ଗ ସ୍ଥାପନା କରି ପୂଜାର୍ଚ୍ଚନା କରି ବୋଲବମ୍ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଙ୍ଗି ଧରି ପୁରୁଷ, ମହିଳା ଓ ଛୋଟ ଛୋଟ ପିଲାମାନେ ଜଳଲାଗି କରିବା ପାଇଁ ବାହାରିପଡନ୍ତି। ରାତିରେ ବାଟସାରା କାଉଡିଆମାନଙ୍କ ବୋଲବମ୍‌, ହରହର ବୋମ୍ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ। ଏହି କାଉଡିଆମାନଙ୍କୁ ବହୁ ସଂଗଠନ ପ୍ରସାଦ ସେବନ ଓ ପାନୀୟ ଜଳରେ ଆପ୍ୟାୟିତ କରି ସେମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି। ସେହିଭଳି ଭଦ୍ରକ ଅଭିକର୍ତ୍ତା ସଂଘ ପକ୍ଷରୁ କାଉଡିଆଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଶାଖା ସଭାପତି ସନାତନ ଜେନା, ଶାଖା ସଂପାଦକ ରବି ନାରାୟଣ ସାହୁ, କଟକ ମଣ୍ଡଳ ପରିଷଦ ସଂପାଦକ ଗୋବର୍ଦ୍ଧନ ପଣ୍ଡା, ଜଗନ୍ନାଥ ଦ୍ୱିବେଦୀ, ରାମ ଚନ୍ଦ୍ର ଗୁପ୍ତା, ଶଶିକାନ୍ତ ପଣ୍ଡା, ଆରତୀ ମହାନ୍ତି, ଅନୀଲ ସାହା, ଆଲୋକ ସେନାପତି, ଅମୂଲ୍ୟ କୁମାର ରାଉତ, କାର୍ତ୍ତିକ ପାଣିଗ୍ରାହୀ, ବାଇଧର ନାୟକ, ଶ୍ରୀକାନ୍ତ ମହାପାତ୍ର, ମନୋରଂଜନ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାଉଡିଆମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି।