Odiapua.com

ଭଦ୍ରକ – ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ପାଳନ କରାଯାଇଥିଲା । ସକାଳ ୬ ଘଟିକା ସମୟରେ ସହରର ବହୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନ, ଯୁବକ, ଛାତ୍ରଛାତ୍ରୀ, ମହିଳା ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଯୋଗଗୁରୁ ତଥା ପ୍ରଚାରକ ଧରଣୀଧର କର ଯୋଗ ଶିକ୍ଷକ ସଂଜିବ, ସଂଯୋଜକ ବସନ୍ତ ଖିଲାର, ଅଭିଲିପ୍‌ସା ସାହୁ, ମଧୁସ୍ମିତା ନାୟକ, ସ୍ମିତା ଆଇଚ ଯୋଗ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭଗବାନ ପଣ୍ଡା, ଦିବ୍ୟାଂଶ ପାଢୀ, ସନ୍ତୋଷ ସାହୁ, ତପନ ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ । ଭଦ୍ରକ ଜିଲ୍ଳା ଯୋଗ ମହୋତ୍ସବ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ନଗରବାସୀ ସ୍ୱତଃପ୍ରବୃତ୍ତ ଭାବେ ଯୋଗ ଦେଇ ଯୋଗ ଶିକ୍ଷା କରିଥିଲେ । ଯୋଗ ସମ୍ପର୍କୀତ କାର୍ଯ୍ୟକ୍ରମ ସମ୍ପର୍କରେ ଡାକ୍ତର ପ୍ରଦୀପ ନାୟକ, ଶଶାଙ୍କ ମିଶ୍ର, ବଦ୍ରିନାରାୟଣ ଧଳ, ହେମନ୍ତ ପାଢୀ, ଅଭିମନ୍ୟୁ ସେଠୀ, ମାନସ ମହାନ୍ତି, ଦେବାଂଶୁ ରାଉତ, କଳ୍ପନା ଜେନା, ଚୈତାଳୀ ଖିଲାର ପ୍ରମୁଖ ବିଭିନ୍ନ ସୂଚନା ଦେଇଥିବା ବେଳେ ଅମ୍ବିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।