Odiapua.com

ଭଦ୍ରକ ଅଦବି ମର୍କଜ ଆନୁକୂଲ୍ୟରୁ ମୁଷାଏରା

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମାଚିଶ ଫାକ୍ଟ୍ରି ଠାରେ “ଭଦ୍ରକ ଅଦବି ମର୍କଜ’ ଆନୁକୂଲ୍ୟରେ ପବିତ୍ର ରମଜାନ ମାସ ଉପଲକ୍ଷେ ଏକ ମୁଷାଏରା ଭଦ୍ରକ ର କବି ତଥା ଶିକ୍ଷକ ମୁସ୍ତାକ ଗୌହର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛ। ଭଦ୍ରକର ପ୍ରସିଦ୍ଧ ସୁଫି ସୈୟଦ ନସୀମ ଅଖତର କାଦରୀ ଓରଫ ବଡ଼ ସରକାର ବାବା ଓ ସୈୟଦ ୱସିମ ଅଖତର କାଦରୀ ଓରଫ ସାନ ସରକାର ବାବା ତଥା ମାମାଜାନଙ୍କ ଭଦ୍ରକ ରହଣି ସମୟରେ ସର୍ବ ଭାରତୀୟ ମୂଷାଏରାର ଆୟୋଜନ ହେଉଥିଲା ଏବଂ ତାଙ୍କର ଦେହାନ୍ତ ପରେ ମଧ୍ୟ ତାଙ୍କର ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ପଥକୁ ଅନୁସରଣ କରୁଛନ୍ତି । ବଡ଼/ ସାନ ବାବାଙ୍କ ଜୀବିତ ସମୟରେ ଅନେକ ଲୋକଙ୍କୁ ଶିକ୍ଷା ଆଧାରରେ କବି ତିଆରି କରାଇ ଆମ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ କବିତା ପଢି ସୁନାମ ଅର୍ଜନ କରିଛନ୍ତି ଏବଂ ଏବେବି ଅନେକ କବି ଆଗଧାଳୀ ରେ ରହିଛନ୍ତ। ଆଜି ଏହି ମୁଷାଏରା ରେ କବି ତୌଫିକ ସାଗର, କବି ମୋଇନ ସଫକ, କବି ନସୀମ କାଦରୀ, ଅବଦୁଲ ଦୟାନ ଜିଆ , ସହାବାଜ/ଗୁଲଫାନ , ସୋହେବ ଆୟାଜ, ଇନାୟତ କାଦରୀ, ସାହାବାଜ କାଦରୀ, ସାଦବ କାଦରୀ ପ୍ରମୁଖ ତାଙ୍କ କଲମ ମୁନରୁ କବିତା ଲେଖି ମୁଷାଏରା ରେ ଯୋଗଦାନ ଜରିଥିଲେ। ଏହି ମୁଷାଏରା ରେ ହାଜୀ ସବବୀର ଅଲି, ହାଜୀ ମତଲୁବ ଅଲି, ହାଜୀ ତବାରକ ଅଲି, ଶେଖ ହବିବୁଲ୍ଲା, ଶେଖ ଅନୱର , ଶେଖ ଇମତିଆଜ ପ୍ରମୁଖ ଯୋଗଦାନ କରି ପରିଚାଳନା କରିଥିଲେ ।