Odiapua.com

ଭଦ୍ରକ ଅଦବି ମର୍କଜ ଆନୁକୂଲ୍ୟରେ ବନ୍ଧୁମିଳନ ଓ କବି ସମ୍ମିଳନୀ

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅଦବି ମର୍କଜ ଆନୁକୂଲ୍ୟରୁ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ପ୍ୱିତ୍ର ଈଦ-ଉଲ-ଫିତର ଅବସରରେ ଏକ ବନ୍ଧୁ ମିଳନ ଓ କବି ସମ୍ମିଳନୀ ର ଆୟୋଜନା ହୋଇଯାଇଛି ଓ ଭାଇଚାରା ଭଦ୍ରକ ସହରରେ ଏକ ବନ୍ଧୁ ମିଳନ କରିବା ଓ କବି ସମ୍ମିଳନୀ କରିବା ଏକ ଐତିହାସିକ ପର୍ବ ଓ ଏହି ବନ୍ଧୁ ମିଳନରେ ଭଦ୍ରକ ରୋଟାରୀ କ୍ଲବର ସଭାପତି ତଥା ପ୍ରଧ୍ୟାପକ ନାସିର ବକ୍ସ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା । ଏହି ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଏସପି ମନୋଜ କୁମାର ରାଉତ,ସମ୍ମାନିତ ଅତିଥି ଭାବେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରୋଟାରୀ କ୍ଲବର ଗର୍ଭନର ଇନ୍ଦ୍ରଜିତ ସାହୁ , ଅବସରପ୍ରାପ୍ତ କଲେଜ ଅଧକ୍ଷ ତଥା କବି ପବିତ୍ର ପାଣିଗ୍ରାହୀ ଯୋଗଦାନ କରି ଫୁଲତୋଡ଼ା ସହିତ ସମ୍ମାନିତ କରାଯାଇଥିଲା । ଏବଂ ଯୋଗଦାନ କରୁଥିବା ଅତିଥିଙ୍କ ଦ୍ୱାରା ଫେଲୋସିପର ପ୍ରତିଷ୍ଠାତା ଏସ.ଏମ.ଫାରୁକ, ମହିଳା ମହାବିଦ୍ୟାଳୟ ର ଅଧକ୍ଷ ଅଭୟ ଦାସ, ରାମ ଚନ୍ଦ୍ର ପଣ୍ଡା, ଟୋକା ଗଣେଷ ସଭାପତି ହରୀ ନନ୍ଦୀ, ବୁଢା ଗଣେଷ ସଭାପତି ବିଦ୍ୟାଧର ସାହୁ, ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜୀ ଶେଖ ଇନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ଅଶୋକ କୁମାର ଦାସ, ସୁଧାକର ରାଉତ, ଲଲାଟେନ୍ଦୁ ମହାନ୍ତି, ଦିବ୍ୟାସିଂ ନାୟକ, କମଳାକାନ୍ତ ସ୍ୱାଇଁ ପ୍ରମୁଖ ଫୁଲତୋଡ଼ା ସହ ସମ୍ମାନିତ କରାଯାଇଥିଲା । ଭଦ୍ରକ ଭାଇଚାରା ସହ ପବିତ୍ର ଇଦ ପର୍ବ ଉପରେ ଆଲୋକପାତ କରିଥିଲେ । ଏବଂ ଓଡ଼ିଶାର ପ୍ରସିଦ୍ଧ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଚାଳନ ଭାବେ ଦାୟିତ୍ୱ ତୁଲାଇ କବି ସମ୍ମିଳନୀ କୁ ଆମନ୍ତ୍ରଣ କରିଥିଲେ । ଏହି କବି ସମ୍ମିଳନୀରେ ଅବଦୁଲ ଦୟାନ ଜ଼ିଆ , ମୁନିର ଅରମାନ, କିଶୋର ପାଣିଗ୍ରାହୀ, ଅକମଲ ଅଲି, ମୋଇନ ସଫକ ,ଡାକ୍ତର ଅନିଲ ଦାସ, ତୌଫିକ ସାଗର, ମୁଖତାର ନଶିମି ପ୍ରମୁଖ ଯୋଗଦାନ କରି କବିତା ଆସରରେ କବିତାରୁ ମନମୁଗ୍ଧ କରିଥିଲେ ।ଏହି ବନ୍ଧୁ ମିଳନ ଭାଇଚାରା ସହରରେ ଉଭୟ ହିନ୍ଦୁ ଭାଇ ଓ ମୁସଲମାନ ଭାଇ ଯୋଗଦାନ କରିଥିଲେ।