Odiapua.com

ଭଦ୍ରକ: ଅଗ୍ନିବିପନ୍ନ ପରିବାରକୁ ସହାୟତା

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ବଙ୍ଗାଳିସାହିରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୮ ବଖରା ଗୃହ ଜଳିପୋଡ଼ି ସମ୍ପୂର୍ଣ୍ଣ ଭସ୍ମିଭୂତ ହୋଇଯାଇଥିଲା। ଏହି ଗ୍ରାମର ପ୍ରଫୁଲ୍ଲ ନାୟକ, ଅର୍ଜୁନ ନାୟକ, ଭୀମସେନ ନାୟକ, ନକୁଳ ନାୟକ, ସହଦେବ ନାୟକ, ପଦ୍ମାବତୀ ନାୟକ ଙ୍କ ଘର ପୋଡ଼ି ଯାଇଥ୍‌ôବାବେଳେ ବିପନ୍ନ ପରିବାର ସର୍ବସ୍ୱ ହରାଇ ବହୁ ଦୁଃଖକଷ୍ଟରେ ପଡ଼ି ରହିଛନ୍ତି।ଖବର ପାଇ ଏହି ବ୍ଲକର ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁନିଟ ଫର ସେବା ର ସଦସ୍ୟ ରାକଶ ଭୂୟାଁ, ବସନ୍ତ ପଲେଇ, ଅମରେନ୍ଦ୍ର ବାରିକ, ମନୋଜ ବାରିକ, ସୁନୀଲ ଦାସ, ଦେବାଷିଷ ଭୂୟାଁ, ପ୍ରଶାନ୍ତ ସେଠୀ, ତପନ ବାରିକ, ସରୋଜ ପଲେଇ, ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହିତ ରାସନ ସାମଗ୍ରୀ, ପିନ୍ଧାବସ୍ତ୍ର ଯୋଗାଇ ଦେଇଛନ୍ତି।