Odiapua.com

ଭଦ୍ରକାଳୀ ଯୁବକ ସଂଘ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକାଳୀ ଯୁବକ ସଂଘ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ବିସିଏଲ ସିଜନ ୪ର ଫାଇନାଲ ମ୍ୟାଚ ଆଜି ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଗ୍ରାଉଣ୍ଡ ସଟ୍ ଟୁର୍ନାମେଣ୍ଟର ଫାଇନାଲ ଖେଳ ବେଲଦ। କ୍ରିକେଟ ଟିମ୍ ଏବଂ ପାଳିଆ ବିନ୍ଧା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା। ବେଲଦ। କ୍ରିକେଟ ଟିମ୍ ଉନ୍ନତ ମାନ ର ଖେଳ ପ୍ରଦର୍ଶନ କରି ୧୧ ରନ ରେ ବିଜୟ ଲାଭ କରିଥିଲା। ଆୟୋଜକ ଭଦ୍ରକାଳୀ ଯୁବକ ସଂଘ ତରଫରୁ ବିଜୟୀ ଟିମ କୁ ଟ୍ରଫି ସହ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅ।ଜିର ଖେଳ ରେ ସଞ୍ଜୟ ତ୍ରୀପାଠୀ ମ୍ୟାନ ଅଫ ଦି ମ୍ୟାଚ ଓ ଚିରଞ୍ଜିବୀ ରାଉତ ଙ୍କୁ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଘୋଷିତ କରାଯାଇଥିଲା।