Odiapua.com

ଭଦ୍ରକାଳୀ ମନ୍ଦିର ପଛପଟ ପୁଷ୍କରିଣୀରୁ ମୃତଦେହ ଉଦ୍ଧାର

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକାଳୀ ମନ୍ଦିର ପଛପଟ ଏକ ପୁଷ୍କରିଣୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ମୃତଦେହଟିକୁ ଉଦ୍ଧାର କରିଛି। ମୃତବ୍ୟକ୍ତି ଜଣଙ୍କ ନାମ ଧନେଶ୍ୱର ମାଝୀ ହୋଇଥିବାବେଳେ ଗ୍ରାମାଂଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।