Odiapua.com

ଭଦ୍ରକର ସେବାନିବୃତ୍ତ ସହକାରୀ ଯନ୍ତ୍ରୀ ମିର୍ଜା ମହମ୍ମଦ ଗୋଲାମ ରବ୍‌ଙ୍କ ପରଲୋକରେ ଶୋକ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ (ମେକାନିକାଲ) ମିର୍ଜା ମହମ୍ମଦ ଗୋଲାମ ରବ୍‌ଙ୍କର ୭୩ ବର୍ଷ ବୟସରେ ପରଲୋକ ଘଟିଛି । ମହମ୍ମଦ ରବ୍‌ଙ୍କର ପିତା ସ୍ୱର୍ଗତଃ ମିର୍ଜା ମେହମୁଦ ଜିଲା ଶିକ୍ଷା ବିଭାଗର ନିରୀକ୍ଷକ ଥିଲେ । ଭଦ୍ରକର ପୁରୁଣାବଜାର ସ୍ଥିତ ମିର୍ଜାସାହିରେ ସେବାନିବୃତ ଏହି ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ପ୍ରଦାନ କରିଥିଲେ । ସ୍ୱର୍ଗତଃ ରବ୍ କେବଳ ଭଦ୍ରକ ଜିଲା ନୁହେଁ ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ବଲାଙ୍ଗୀର ଭଳି ବହୁ ପଥୁରିଆ ଅଂଚଳରେ ଗଭୀର ନଳକୂପ ଖନନ ଓ ସ୍ୱଚ୍ଛ ଜଳ ଯୋଗାଣରେ ଇତିହାସ ସୃଷ୍ଟି କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ସେହିଭଳି କଟକ ସହର, ସୋରୋ, ବାଲେଶ୍ୱର, ଭୁବନ, କେନ୍ଦ୍ରାପଡା ଭଳି ଲୁଣାଞ୍ଚଳ ସମେତ ଯାଜପୁର, ଚାନ୍ଦିପୁର, ଜଳେଶ୍ୱର, କଣ୍ଟାବଣିଆ, ବାସୁଦେବପୁର, ଚାନ୍ଦବାଲି ଓ କେନ୍ଦୁଝର ଭଳି ଅଂଚଳରେ ନୂତନ ଜଳ ଉତ୍ସ ସୃଷ୍ଟି କରି ବିଶୁଦ୍ଧ ଜଳ ଯୋଗାଣରେ ସଫଳ ହୋଇଥିଲେ । ଜଣେ ଯନ୍ତ୍ରୀ ଭାବରେ ତାଙ୍କର କୃତିତ୍ୱ ଯୋଗୁଁ ତାଙ୍କୁ ଜିଲାସ୍ତରୀୟ ଇଂଜିନିୟର୍ସ କମିଟି ପକ୍ଷରୁ ଭାରତ ରତ୍ନ ଡ. ଏମ୍‌. ବିଶେଶ୍ୱରାୟଙ୍କ ପବିତ୍ର ଜନ୍ମ ଜୟନ୍ତୀରେ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ଦେହାନ୍ତରେ କେବଳ ଭଦ୍ରକ ଜିଲା ନୁହେଁ ସମଗ୍ର ରାଜ୍ୟ ଜଣେ କୃତି ପ୍ରତିଭାବାନ ଇଂଜିନିୟରଙ୍କୁ ହରାଇଲା ବୋଲି କହିଛନ୍ତି ଭଦ୍ରକ ଚଉଦ ମହଲାର ମୁସଲିମ୍ ଜମାତ ସଭାପତି ହାଜି ମହମ୍ମଦ ଅବଦୁଲ ବାରି ।