Odiapua.com

ଭଦ୍ରକର ସହକାରୀ ଶିକ୍ଷକ ସେକ ମହମ୍ମଦ ବିଲାଲଙ୍କ ପରଲୋକ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଠାନ ମହଲା, ୱାର୍ଡ ନମ୍ବର–୨୫ର ବାସିନ୍ଦା ସ୍ୱର୍ଗତ ସେକ ମହମ୍ମଦ ବିଲାଲ (ପିତା–ସେକ ସମା), ପୁରୁଣା ବଜାର ଥାନା ଅନ୍ତର୍ଗତ, କେନ୍ଦ୍ରାପଡ଼ା ଜିଲ୍ଲାର ଦାମରପୁରସ୍ଥିତ ମଦ୍ରାସା ହନାପୀୟାରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ବିଦ୍ୟାଳୟରେ ପାଠପଢ଼ାଉଥିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରେ ଘରକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ କଟକସ୍ଥିତ ଏସ୍‌.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଦୀର୍ଘ ଛଅ ଦିନ ଧରି ଚିକିତ୍ସାଧୀନ ରହିବା ପରେ ଆଜି, ୨୦ ଜୁଲାଇ ୨୦୨୬ (ସୋମବାର) ସକାଳ ପ୍ରାୟ ୯ଟା ସମୟରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ, ସମ୍ପର୍କୀୟ, ପଡ଼ୋଶୀ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ବିଲାଲଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଭଗବାନ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।