Odiapua.com

ଭଦ୍ରକର ଲୋକନାଥ ମନ୍ଦିରରେ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଉତ୍ସବ ପାଳିତ

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ୭୭ତମ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଅବସରରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସମାରୋହ କରୋନା କଟକଣା ଓ ନିୟମ ମଧ୍ୟରେ ଭକ୍ତିଭାବାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ଏଥି ଉପଲକ୍ଷେ ଗତକାଲି ଅଧିବାସ ପରେ ପବିତ୍ର ସାଳନ୍ଦୀ ନଦୀରୁ ଘଟୋତ୍ତୋଳନ ପୂର୍ବକ ମନ୍ଦିର ପରିସରରେ ସଂସ୍ଥାପନ ପରେ ବିଭିନ୍ନ ପଣ୍ଡିତ ଓ ନାମ ସଂକୀର୍ତ୍ତନ ଦଳଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ବିଜୟ କୁମାର ପାଣିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅଗ୍ନ୍ୟୁତ୍ସବ ଓ ବାର୍ଷିକ ଉତ୍ସବରେ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ବାବା ଲୋକନାଥଙ୍କୁ ଦର୍ଶନ କରି ନାମ ସଂକୀର୍ତ୍ତନରେ ଅଂଶଗ୍ରହଣ କରି ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ। ଏଥିରେ ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ହରିହର ଶୁକ୍ଳ, ଗୌରାଙ୍ଗ କର ଓ ତ୍ରିନାଥ କର ପ୍ରମୁଖ ସହଯୋଗ କରିଥିଲେ।