ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଯୁବ ବ୍ୟବସାୟୀ ତଥା ଭଦ୍ରାଣୀ ଡିଜେ, ଭଦ୍ରାଣୀ ଫଟୋଗ୍ରାଫି, ଭଦ୍ରାଣୀ ମୋବାଇଲ ସୋରୁମ ସଂସ୍ଥା ର ମାଲିକ ରାମ ନାରାୟଣ ବଳଙ୍କ ବାଇପାସ ସ୍ଥିତ ନବ ନିର୍ମିତ ଘର, ସାବରଙ୍ଗ ଏରଡ଼ା ଓ ରମ୍ଭିଳା ଫାର୍ମ ହାଉସରେ ଇଓଡବ୍ଲୁ (ଓଡିଶା ଅର୍ଥନୈତିକ ଅପରାଧ ଶାଖା )ର ତିନୋଟି ଟିମ ଆଜି ଚଢ଼ାଉ କରିଛି।ପ୍ରାୟ ୩୦୦ କୋଟି ଟଙ୍କା ଠକେଇ ଅଭିଯୋଗର ଚାଲିଛି ଖୋଳତାଡ। ଆଜି ତିନୋଟି ଟିମ୍ ଭଦ୍ରକ ର ବିଭିନ୍ନ ସ୍ଥାନ ରେ ଚଢାଉ କରି କାଗଜ ପତ୍ର ଯାଂଚ କରିଛି।ସୂଚନା ଅନୁଯାୟୀ ଗତ ୩ ମାସ ପୂର୍ବେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଇଓଡବ୍ଲୁ ର ଏକ ଟିମ ଭଦ୍ରକ ବାସଭବନରୁ ଶ୍ରୀ ବଳଙ୍କୁ ଉଠାଇ ନେଇଥିଲା। ଏବେ ସେ ଚୌଦ୍ୱାର ଜେଲରେ ଅଛନ୍ତି।ତେବେ କିଭଳି କେଉଁ ପରିସ୍ଥିତିରେ ହଠାତ ଏତେ ସଂସ୍ଥାର ମାଲିକ ହେବା ସହ ନାମିଦାମୀ ଗାଡି ଚଢି ରାମନାରାୟଣ ବଳ କୋଟି ପତି ହୋଇଛନ୍ତି ଏବଂ , ଅୟସ କରିବା ସହ ତାଙ୍କ ସହିତ କାହାର ଲିଙ୍କ ରହିଛି ତାର ତଦନ୍ତ କରୁଛି ଇଓଡବ୍ଲୁ।