Odiapua.com

ଭଦ୍ରକର ବିଶ୍ୱକର୍ମା ପୂଜା ବି ମହାମାରୀ କରୋନା ପାଇଁ ମଉଳିଗଲା

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ବିଶ୍ୱକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ, ଗାଡିମୋଟର ସଂଘ ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଛି । ବିଶେଷକରି ଭଦ୍ରକ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍‌ର ବିଶାଳକାୟ ସୁଦୃଶ୍ୟ ତୋରଣ ଓ ମେଢ ବେଶ୍ ଚିତ୍ତାକର୍ଷକ ହୋଇଆସୁଥିବାବେଳେ କରୋନା ମହାମାରୀ ପାଇଁ ଚଳିତବର୍ଷ ପୁରା ଶୂନଶାନ । ସେହିଭଳି ରାନ୍ଦିଆସ୍ଥିତ ଫେକର, ଭଦ୍ରକ କ୍ଷୁଦ୍ର ଓ ଜଳସେଚନ ବିଭାଗ, ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡ, ଭଦ୍ରକ ନେସ୍କୋ ତହସିଲ ରୋଡ୍ ସେକ୍ସନ, ଚରମ୍ପା ଆଇଟିଆଇ, ରୟାଲ ଆଇଟିଆଇ, ପ୍ରଫୁଲ୍ଲ ଚନ୍ଦ୍ର ଆଇଟିଆଇ, ଭଦ୍ରକ ବନ୍ତଛକ ନମ୍ବର-୧ ଅଟୋ ଷ୍ଟାଣ୍ଡ, ଭଦ୍ରକ ବନ୍ତ ଛକ ଟ୍ରେକର, ଟାଟା ମେଜିକ୍‌, ମେକ୍ସିମୋ, ସବାରି ମାଲିକ ସଂଘ, ଭଦ୍ରକ ବନ୍ତଛକ ଟାଟା ଏସି. ପିକ୍‌-ଅପ୍ ଷ୍ଟାଣ୍ଡ, ଭଦ୍ରକ ଟ୍ରକ୍ ମାଲିକ ସଂଘ, ଚରମ୍ପା ମିନି ଟ୍ରକ୍ ମାଲିକ ସଂଘ, ଭଦ୍ରକ ତହସିଲ ରୋଡ୍ ନମ୍ବର-୧ ଟ୍ରେକର ମାଲିକ ସଂଘ, ଭଦ୍ରକ ମେଡିକାଲ ଆମ୍ବୁଲାନ୍ସ ସଂଘ, ଭଦ୍ରକ ତହସିଲ ରୋଡ୍ ଟ୍ୟାକ୍ସିଷ୍ଟାଣ୍ଡ, ନେସ୍କୋ ପାୱାର ହାଉସ, ଚାନ୍ଦବାଲି-ବାଇପାସ ଟ୍ୟାକ୍ସି ଚାଳକ ସଂଘ, ଚାନ୍ଦବାଲି-ବାଇପାସ୍ ଟ୍ରେକର ମାଲିକ ସଂଘ, ଚାନ୍ଦବାଲି-ବାଇପାସ୍ ନାୟକ ଇଲେକ୍ଟ୍ରିକାଲ୍ସ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ, ଭଦ୍ରକ ପୌରପାଳିକା, ଉତ୍କଳ ଫ୍ଲୋର ମିଲ୍‌, ପାଣିଗ୍ରାହୀ ମୋର୍ଟସ, ବନ୍ତଛକ ଶ୍ରମିକ ସଂଘ ପ୍ରମୁଖ ମେଢଗୁଡିକ ମଧ୍ୟ ଚଳିତବର୍ଷ କରୋନା କଟକଣା ପାଇଁ ପୁରା ଫିକା ପଡିଛି ।

ସେହିପରି ଆଦାନୀ ଧାମରା ବନ୍ଦର ପରିସରରେ ମଧ୍ୟ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଅନୁରୂପ ଭଦ୍ରକ ଜିଲା ଆଗରପଡ଼ା ଠାରେ ବିଶ୍ୱକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଛି । ବିଦ୍ୟୁତ୍‌ଗ୍ରୀଡ଼ କେନ୍ଦ୍ର,ବିଦ୍ୟୁତ୍ କାର୍ଯ୍ୟାଳୟ,ଅଗ୍ନିଶମ ଆଦି କାର୍ଯ୍ୟାଳୟ,କଳିଙ୍ଗ କମ୍ପ୍ୟୁଟର୍ସ,ମିନିଟ୍ରକ ସଂଘ ପକ୍ଷରୁ ବିଶ୍ୱକର୍ମାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତୀ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । କୋଭିଡ଼ କଟକଣା ଯୋଗୁଁ ଏହି ପୂଜାରେ ସେପରି କୌଣସି ଆକର୍ଷଣ ନଥିଲା । ପୁରୁଷଣ୍ଢ ସ୍କୁଲ୍ କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ପ୍ରତିମୂର୍ତ୍ତୀ ବିଦ୍ୟୁତ୍‌ଗ୍ରୀଡ଼ କେନ୍ଦ୍ରରେ ଶୋଭା ବର୍ଦ୍ଦକ ହୋଇଥିଲା । ସେହିପରି ବନ୍ତ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ମିଳିତ ସହଯୋଗରେ ୨୧ତମ ବିଶ୍ୱକର୍ମା ପୂଜା ପାଳିତ ହୋଇଥିଲା । ଏଥିରେ ସଭାପତି ଆଲୋକ ରାଉତ,ସମ୍ପାଦକ ଚଗୁଲୁ ସାମଲ,ସଭ୍ୟ ବସନ୍ତ ରାଜ,ବାପୁନୁ ରାଉତ,ଚଗୁଲୁ ଧଳ,ଜଟିଆ ଲେଙ୍କା,ଟୁଟୁ ଜେନା,ସୁଧା ରାଉତ,ରମାକାନ୍ତ ପାଣିଗ୍ରାହୀ,ପୁଜାରୀ ଭଗବାନ ପତି ଙ୍କ ସମେତ ଘଟସ୍ଥାପକ ଭଜୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।