Odiapua.com

ଭଦ୍ରକର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗ ଦିବସ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଏହି ଯୋଗ ଦିବସ ଉପଲକ୍ଷେ ଏକ ଶିବିରର ଆୟୋଜନ ହୋଇଥିଲା। ଏହି ଶିବିରରେ ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ ଓ ରାଜ୍ୟ ବିଜେପିର ସଂପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ କାଉନ୍‌ସିଲର ଶରତ ପଢିଆରୀଙ୍କ ସମେତ ବହୁ ଜିଲା ଭାଜପାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅନୁରୂପ ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ୍ସ୍‌ିତ କୁଲଣା ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୟୀସୋଚ୍ ପରିବାର ପକ୍ଷରୁ କୁଲଣା ସ୍କୁଲଠାରେ ପ୍ରବାସୀଙ୍କ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବ୍ଲକ୍ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ସଂଗୀତା ଖଣ୍ଡାଇ, ସଂପାଦକ ଦୁର୍ଯ୍ୟୋଧନ ଲେଙ୍କା, ରାଜକିଶୋର ଜେନା, ଚିନ୍ମୟ ସେନାପତି, ରମାକାନ୍ତ ନାୟକ, ରାହୁଲ ସେଠୀ, ଜିତେନ୍ଦ୍ର ଆରୁଖ, ସୁବାଶିଷ ନାୟକ ପ୍ରମୁଖ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିଭଳି ତିହିଡି ଯୁବମଂଚ ପକ୍ଷରୁ ନିଆରା ଢଙ୍ଗରେ ଯୋଗ ପ୍ରଶିକ୍ଷକ ସୁରେଶ ବାୟକଙ୍କ ଦ୍ୱାରା ଏହି ଯୋଗ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବଂ ମହାମାରୀ କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ତଥ୍ୟ ପ୍ରଦାନ କରାଯିବା ସହ ଆନ୍ତର୍ଜାତୀକ ଯୋଗ ଦିବସ ସଂପର୍କରେ ସୂଚନା ଦିଆଯାଇଥିଲା।