Odiapua.com

ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ କଲ୍ୟାଣ ଚାନ୍ଦଙ୍କର ହୃଦଘାତରେ ଦେହାନ୍ତ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ କଲ୍ୟାଣ ଚାନ୍ଦଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ବିଷୟ ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି । ତାଙ୍କର ଏଭଳି ମୃତ୍ୟୁରେ ଭଦ୍ରକ ବାର୍ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ମହାପାତ୍ର, ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ଅଧିବକ୍ତା ନିରାକାର ଜେନା, ପର୍ଶୁରାମ ଦ୍ୱିବେଦୀ, ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର, ଦିବ୍ୟସିଂହ ନାୟକ, ରାଧା ଦାସ, ଜିଲା ଓକିଲ ସଂଘର ସଭାପତି ରାଧାକାନ୍ତ ନାୟକ, ସଂପାଦକ ଗଦାଧର ବଳ, ପୂର୍ବତନ ସଂପାଦକ ସୂର୍ଯ୍ୟକାନ୍ତ କୁଅଁରଙ୍କ ସମେତ ବହୁ ଆଇନ୍‌ଜୀବୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।