Odiapua.com

ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ପ୍ରଫୁଲ୍ଲ ରାୟଙ୍କ ପରଲୋକରେ ଜିଲାବ୍ୟାପୀ ଶୋକ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ସ୍ୱର୍ଗତଃ ଗୋଲକ ପ୍ରସାଦ ରାୟଙ୍କ ଜ୍ୟେଷ୍ଠପୁତ୍ର ତଥା ସୁନାମଧନ୍ୟ ଦେୱାନୀ ଆଇନ୍‌ଜୀବୀ ପ୍ରଫୁଲ୍ଲ କୁମାର ରାୟଙ୍କର ଆଜି ୭୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଏକମାସରୁ ଉର୍ଦ୍ଧ୍ୱ ହେବ ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଉତ୍କଳ ହସ୍‌ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୬.୦୫ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁଖବର ଶୁଣି ସଂପର୍କୀୟ ଭାଇ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ବହୁ ରାଜନେତା ଭୁବେନଶ୍ୱରସ୍ଥିତ ଉତ୍କଳ ହସ୍‌ପିଟାଲରେ ପହଂଚି ଶେଷ ଦର୍ଶନ ପୂର୍ବକ ଶୋକବ୍ୟକ୍ତ କରିଥିଲେ। ତାଙ୍କର ମର ଶରୀର ଆଜି ଦିନ ପ୍ରାୟ ୧୧.୩୦ ମିନିଟ୍‌ରେ ନଳାଙ୍ଗସ୍ଥିତ ଜିଲା କୋର୍ଟ ପରିସରକୁ ନିଆଯାଇ ସେଠାରୁ ଏକ ଶୋଭାଯାତ୍ରାରେ ଭଦ୍ରକ ମହତାବ ଛକ ସ୍ଥିତ ବାସଭବନକୁ ଅଣାଯାଇଥିଲା। ଏହି ଶୋଭାଯାତ୍ରା ଓ ବାସଗୃହରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଆଇନ୍‌ଜୀବୀଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ବସନ୍ତ ଦାସ, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ପବନ ଶର୍ମା, ଦିବ୍ୟସିଂହ ନାୟକ, ପର୍ଶୁରାମ ଦ୍ୱିବେଦୀ, ରାଧା ଦାସ, ଯତିକାନ୍ତ ନାୟକ, ରାଜେନ୍ଦ୍ର ଦାସ, କଲ୍ୟାଣ ଦାସ, ଶରତ ଦାସ, ତୁଷାର ଦାସ, ସନ୍ତୋଷ ନାୟକ, ସନ୍ତୋଷ ଆଚାର୍ଯ୍ୟ, ମନୋରଂଜନ ଦାସ, ଅତିଶ ବେହେରା, ରବିନ୍ଦ୍ର କୁମାର ରାୟ, ଧାମନଗରର ପୂର୍ବତନ ଚେୟାରମେନ୍ ତଥା ଆଇନ୍‌ଜୀବୀ ଅଶୋକ ନାୟକ, ଗଦାଧର ବଳ, ନିତ୍ୟାନନ୍ଦ ଦାସ, ବନମାଳୀ ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରୀ ନାଥ, ପୂର୍ବତନ ସାଂସଦ ମଙ୍ଗରାଜ ମଲ୍ଲିକ, ଡାକ୍ତର ସଂଗୀତା ବଳ, ଅରୁଣ ଚାନ୍ଦ, ତଥାସ୍ତୁ ସୁନ୍ଦର ପଣ୍ଡା, ରବି ରାୟ, ନନ୍ଦଲାଲ ପଟ୍ଟନାୟକ, ବିଜନ ଜେନା, ବିଷ୍ଣୁ ମହାପାତ୍ର, ତ୍ୟାଗଭୂମିର ସଭାପତି ଅଜୟ ନାୟକ ପ୍ରମୁଖ ପହଂଚି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରି ଶୋକସନ୍ତପ ପରିବାରକୁ ସାନ୍ତନା ଦେଇଥିଲେ। ଏହାପରେ ତାଙ୍କ ମରଶରୀରକୁ ନିଜ ଗ୍ରାମ କଲେଇ ପଂଚାୟତର ବଳଭଦ୍ରପୁରକୁ ନିଆଯିବା ପରେ ତାଙ୍କର ଭ୍ରାତା ତଥା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ ରାୟ, ପ୍ରାଧ୍ୟାପକ ପ୍ରଦୀପ୍ତ ରାୟ, ପୁତୁରା ପ୍ରିୟଦର୍ଶୀ ରାୟ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସୁଶାନ୍ତ ମହାପାତ୍ର, ଜ୍ଞାନରଂଜନ ସାମଲ, ଜାମାତା ସୁଧୀର ଗୁପ୍ତା ପ୍ରମୁଖଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଥିବା ଏକମାତ୍ର ପୁତ୍ର ରୌମ୍ୟଦର୍ଶନ ରାୟ ମୁଖାଗ୍ନି ଦେଇଥିଲେ। ତାଙ୍କର ମର ଶରୀର ନିକଟରେ ପତ୍ନୀ ସ୍ନେହଲତା ରାୟ, କନ୍ୟା ମନିତା ରାୟ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତଃ ରାୟଙ୍କ ମୃତ୍ୟୁରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।