Odiapua.com

ଭଦ୍ରକର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ଶୋକସଭା

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ମିଷ୍ଟଭାଷୀ ପରୋପକାରୀ ଓ ମେଳାପି ମଣିଷ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ୬୮ବର୍ଷ ହୋଇଥିଲା । ଭଦ୍ରକ ନରିପୁର ଅସ୍ଥଳର ବାସିନ୍ଦା ଶ୍ରୀ ମହାପାତ୍ର ଜଣେ ସୁନାମଧନ୍ୟ ଅଧିବକ୍ତା ଥିଲେ । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭଦ୍ରକରେ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥିତ ଏମ୍‌ସ୍ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଆଜି ତାଙ୍କର ମରଶରୀର ଭୁବନେଶ୍ୱରରୁ ଭଦ୍ରକ ଅଣାଯିବା ପରେ ତାଙ୍କର କର୍ମକ୍ଷେତ୍ର ଭଦ୍ରକ କୋର୍ଟପରିସରରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ପୁଷ୍ପଗୁଚ୍ଛ ଦେଇ ଶେଷଦର୍ଶନ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋର୍ଟ ପରିସରରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ତାଙ୍କ ବାସଗୃହ ନରିପୁର ଅସ୍ଥଳକୁ ନିଆଯାଇଥିଲା । ପରେ ଭଦ୍ରକ ବାର୍‌ଆସୋସିଏସନ୍ ସଭାଗୃହ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଳିପ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଆଇନ୍‌ଜୀବୀ ଦିବ୍ୟସିଂ ନାୟକ, ପବନ ଶର୍ମା, ଯତିକାନ୍ତ ନାୟକ, ରାଧା ଦାସ, ସନ୍ତୋଷ ଆଚାର୍ଯ୍ୟ, ବିଜନ ଜେନା,ଓକିଲ ସଂଘର ସମ୍ପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି କରୁଣା କର ଦାଶ,ନିଶିକାନ୍ତ ନାୟକ,ପ୍ରାକ୍ତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର,ଗଦାଧର ବଳ, ଶଶିଭୂଷଣ ପଣ୍ଡା, ତାହେର ମହମ୍ମଦ କୋଷାଧ୍ୟକ୍ଷ ସୁରେନ୍ଦ୍ର କର ,ଅଶୋକ ନାୟକ, ଅଭୟ ସେଠୀ, ସଞ୍ଜୟ ନାୟକ, ସଂଗ୍ରାମ ଜେନା, ଶେକ୍ ସାହାଜାନ୍‌, ପ୍ରଫୁଲ୍ଲ ସାମଲ, ସହିଲ ଅହମ୍ମଦ, ଦାମୋଦର ପଣ୍ଡା, ନିକୁଞ୍ଜ ପୁହାଣ, ପୂର୍ଣ୍ଣ ମହାନ୍ତି, କିଶୋର ବଳ, ଗୋଲକ ଦାସ, ରାଜୀବ ବାରିକ, ବେଣୁଧର ମଲ୍ଲିକ ପ୍ରମୁଖ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀମାନେ ଉପସ୍ଥିତ ରହି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।