Odiapua.com

ଭଦ୍ରକର ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ଅଂଚଳବାସୀଙ୍କ ସହଯୋଗରେ ଆନନ୍ଦ ଉଦ୍ଦୀପନା ସହିତ ପାଳନ କରାଯାଇଛି । ବିଗତ ୧୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ରଥଯାତ୍ରାରେ ପରମ୍ପରା ମୁତାବକ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ପୂଜାଅର୍ଚ୍ଚନା ପୂର୍ବକ ରଥାରୂଢ଼ ଦିଅଁଙ୍କ ଆଳତୀ କରି ରଥରେ ଛେରା ପହଁରା କରିଥିଲେ । ଦେବଭୂମୀ ଗବସାହିରୁ ଦିଅଁମାନେ ରଥାରୁଢ଼ ହୋଇ ମୋଟେଲ ଛକ ସାଳନ୍ଦୀ ହସ୍‌ପିଟାଲ ପରିସରରେ ଥିବା ମାଉସୀ ମନ୍ଦିରକୁ ରଥଯାତ୍ରା କରିଥିଲେ । ପଥ ମଧ୍ୟରେ ଥିବା ଶ୍ରୀଯୁକ୍ତ ଗୟାଧର ପଣ୍ଡାଙ୍କ ବାସଭବନ ନିକଟରେ ମନ୍ଦିରର ପୂଜକ କାଳିଆ ନନା ମାଉସୀ ଘର ପୋଡ଼ପୀଠା ଲାଗି କରିଥିଲେ । ସଂଧ୍ୟାରେ ସାଳନ୍ଦୀ ହସ୍‌ପିଟାଲ ମାଉସୀ ମନ୍ଦିରରେ ଦିଅଁମାନେ ପହଂଚି ସେଠାରେ ୯ଦିନ ପୂଜା ପାଇ ବାହୁଡ଼ା ବିଜେ କରିବାର କାର୍ଯ୍ୟକ୍ରମ ରହିଛି । ଜଗନ୍ନାଥ ମନ୍ଦିର ଗବସାହୀ ରଥଯାତ୍ରା କମିଟିର ସଭାପତି ଡାକ୍ତର ପ୍ରଭାସ କୁମାର ମହାନ୍ତି, ସଂପାଦକ ନେପାଳ ଚନ୍ଦ୍ର ଦାସଙ୍କ ସମେତ କମିଟିର କର୍ମକର୍ତ୍ତା ସର୍ବଶ୍ରୀ ଆନନ୍ଦ ଚନ୍ଦ୍ର ଦାସ, ବଂଶୀଧର ବେହୁରା, ପରମାନନ୍ଦ ସାହୁ, ଗୟାଧର ପଣ୍ଡା, ତ୍ରିଲୋଚନ ଦାସ, ଅଶ୍ୱିନୀ କୁମାର ଦାସ, ମୁକ୍ତିକାନ୍ତ ମଲ୍ଲିକ, ପ୍ରଶାନ୍ତ କୁମାର ଦାସ (ସାନ୍ତୁ), କାନନବାଳା ଆଚାର୍ଯ୍ୟ, ସୀତାକାନ୍ତ ଦାସ, ମହେଶ ଦାସ, ଦୟାନିଧି ମହାରଣା, ସଂଜୟ ମଲ୍ଲିକ, ଋଷ୍ୟଶୃଙ୍ଗ ନାୟକ, ପ୍ରଦୀପ କୁମାର ପାଲ, ପ୍ରଣତି ମଲ୍ଲିକ, ଅମ୍ବିକା ବଲ୍ଲଭ ସ୍ୱାଇଁ, ଅଜିତ୍ ଦାସ, ଗୋପିନାଥ ମିଶ୍ର, ବଳରାମ ପଣ୍ଡା, ସଂଜୟ ଦାସ, ରାଜେଶ କୁମାର ଦାସ, ଦିଲ୍ଲିପ ମହାନ୍ତି, ଅଶୋକ କୁମାର ଦାସ, ପ୍ରମୋଦ ଦାସ, ପରମେଶ୍ୱର ମଲ୍ଲିକ, ସନାତନ ମହରାଣା, ହରେକୃଷ୍ଣ ସ୍ୱାଇଁ, ଜ୍ଞାନ ପାଣି, ସୁକାନ୍ତି ଗୋସ୍ୱାମୀ, ମୁକ୍ତିକାନ୍ତ ପ୍ରମୁଖ ଏହି ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ । ପ୍ରାୟ ୩ ହଜାର ଲୋକଙ୍କ ସମାଗମରେ ଏହି ରଥଯାତ୍ରା ମହାଆଡ଼ମ୍ବର ସହିତ ପାଳିତ ହୋଇଥିଲା ।