Odiapua.com

ଭଦ୍ରକର ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ କାର୍ଯ୍ୟରତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ବିଦାୟକାଳୀନ ସଭାରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସିଡିପିଓ, ସୁପରଭାଇଜର ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ପିନ୍ଧି ଉପସ୍ଥିତ ରହିଥିଲେ । ଭଦ୍ରକ ଜିଲ୍ଳାରେ ଦୀର୍ଘ ୫ ବର୍ଷ ଧରି ଶ୍ରୀମତି ମହାନ୍ତି ସମାଜମଙ୍ଗଳ ଅଧିକାରିଣୀ ଭାବେ ସରକାରୀ ନିର୍ଦ୍ଦେଶାନୁସାରେ ନିଜର କର୍ତ୍ତବ୍ୟ ସଠିକ୍ ଭାବରେ ତୁଲାଇଛନ୍ତି ବୋଲି ଜିଲ୍ଲାପାଳ ଡ. ଦାସ କହିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସମାଜ ମଙ୍ଗଳବିଭାଗ ପକ୍ଷରୁ ଶ୍ରୀମତି ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦାୟକାଳୀନ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀମତି ମହାନ୍ତି ୨୦୧୫ ମସିହା ଏପ୍ରିଲ ୧୫ ତାରିଖରେ ଭଦ୍ରକରେ ଯୋଗ ଦେଇ ଥିବା ବେଳେ ୨୦୨୦ ମେ ୩୧ରେ ଅବସର ନେଇଛନ୍ତି । ଭଦ୍ରକ ଜିଲ୍ଲାରେ ସୁଦୀର୍ଘ ୫ ବର୍ଷ କାର୍ଯ୍ୟ ସମୟରେ ଜିଲ୍ଲା ପ୍ରଶାସନ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଅନ୍ୟମାନଙ୍କ ଠାରୁ ବହୁ ସମର୍ଥନ ତଙ୍କୁ ମଳିଛି ଯାହା କାର୍ଯ୍ୟ କରିବାକୁ ପ୍ରେରଣା ମିଳିବା ସହ ଏହା ସବୁଦିନ ସ୍ମୃତି ହୋଇ ରହିବ ବୋଲି କହିଥିଲେ ।