Odiapua.com

ଭଦ୍ରକର କିମ୍ବଦନ୍ତୀ ପୁରୁଷ ନିରାକାର ଜେନାଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ଅନ୍ୟତମ ଲୋକପ୍ରିୟ କମ୍ୟୁନିଷ୍ଟ ନେତା, ଭଦ୍ରକ ର ପୂର୍ବତନ ନଗରପାଳ, ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କ ଏକାଦଶାହରେ ଏକ ସ୍ମୃତି ଚାରଣ ସଭା ” ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ” ପକ୍ଷରୁ ଚରଂପା ବରାଳପୋଖରୀ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ସ୍ମୃତି ସଂସଦ ର ସଭାପତି ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶତାଧିକ ସ୍ମୃତି ଚାରକ ଯୋଗଦେଇ ନିରାକାର ଜେନା ଙ୍କ ସାମାଜିକ ଓ ରାଜନୈତିକ ସଂଗ୍ରାମ ସଂପର୍କରେ ସ୍ମୃତି ଚାରଣ କରିଥିଲେ । ଜଣେ ମେଧାବୀ ଛାତ୍ର ରୁ କିପରି ଏକାଧାରରେ ଜଣେ ଶିକ୍ଷକ, ପ୍ରବୀଣ ଓକିଲ, ଅନୁଭବୀ ରାଜନେତା, ସାହିତ୍ୟିକ, ସମାଜସେବକ, ସୁ ସଂଗଠକ ଓ ସମାଜ ସଂସ୍କାରକ ହୋଇ ସାଧାରଣ ମେହନତି ମଣିଷ ଙ୍କ ସେବା କରିପାରିଥିଲେ ସେ ସଂପର୍କରେ ସ୍ମୃତି ଚାରକ ମାନେ ଆଲୋଚନା ମାଧ୍ୟମରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାର ପ୍ରଥମ ପର୍ଯ୍ୟାୟରେ ଶ୍ରୀଯୁକ୍ତ ନିରାକାର ଙ୍କ ଫଟୋଚିତ୍ରରେ ହଜାର ହଜାର ସାଧାରଣ ଜନତା ପୁଷ୍ପ ଅର୍ପଣ କରିଥିଲେ ।”କମ୍ରେଡ ନିରାକାର ଜେନା ଲାଲ ସଲାମ୍‌” ସ୍ଳୋଗାନରେ ତାଙ୍କ ଜନ୍ମସ୍ଥାନ କମ୍ପିଉଠିଥିଲା । ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ୨ ମିନିଟ ନିରବତା ଅବଲମ୍ବନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ “ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ” ପକ୍ଷରୁ “କାଳଜୟୀ ସଂଗ୍ରାମୀ ନିରାକାର” ଶିରୋନାମା ନାମକ ଏକ ଶ୍ରଦ୍ଧାଞ୍ଜଳୀ ପୁସ୍ତିକାକୁ ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ଓ ଭଦ୍ରକ ର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଅନ୍ୟ ସ୍ମୃତି ଚାରକ ମାନଙ୍କ ଉପସ୍ଥିତିରେ ଉନ୍ମୋଚନ କରିଥିଲେ । ଏହି ସ୍ମୃତି ଚାରଣ ସଭା ରେ ସର୍ବଶ୍ରୀ ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ନରେନ ପଲେଇ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡିଶା ଷ୍ଟେଟ ବାର୍ କାଉନସିଲ ର ସଭ୍ୟ ତଥା ଓଡିଶା ଉଚ୍ଚନ୍‌୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ହବିବ୍‌, ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ରାଜ୍ୟ ସଂପାଦକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଦୀପକ ମହାପାତ୍ର, ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, କଂଗ୍ରେସ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଅସିତ୍ ପଟ୍ଟନାୟକ, ଭଦ୍ରକ ବିଧାୟକ ଙ୍କ ପ୍ରତିନିଧି ଶେଖର ମହାପାତ୍ର, ଭଦ୍ରକ ଓକିଲ ସଂଘର ସଭାପତି ବସନ୍ତ ଦାସ, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ସ୍ମୃତି ସଂସଦ ର ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ, ସ୍ମୃତି ସଂସଦ ର ଉପସଭାପତି ପ୍ରଫେସର ଅଟଳ ବିହାରୀ ନାୟକ, ସମର ବଳ, ବରିଷ୍ଠ ଆଇନଜୀବୀ ବିଷ୍ଣୁ ମୋହନ ମହାପାତ୍ର, ସ୍ମରଜିତ ମହାପାତ୍ର, ଅନ୍ୟତମ ଉପସଭାପତି ବରିଷ୍ଠ ଅଧିବକ୍ତା ପ୍ରଫୁଲ୍ଲ ସାମଲ, ସନାତନ ଦୀକ୍ଷିତ, ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ , ବାଲେଶ୍ୱର ଓକିଲ ସଂଘର ପୂର୍ବତନ ସଂପାଦକ କୃଷ୍ଣଚନ୍ଦ୍ର ନାୟକ, ପର୍ଶୁରାମ ଦ୍ୱିବେଦୀ, ଶରତ ଚନ୍ଦ୍ର ମହାପାତ୍ର, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ବରିଷ୍ଠ ଆଇନଜୀବୀ ଶଶି ଭୂଷଣ ପଣ୍ଡା, ଆଇନଜୀବୀ ସହଦେବ ଦାସ, ଆଇନଜୀବୀ ଅଗଣି ଚରଣ ଜେନା, ଯୁଗଜ୍ୟୋତି ବେହୁରିଆ, ସମାଜସେବୀ ସୁଧାକର ରାଉତ, ତ୍ୟାଗଭୂମି ର ସଭାପତି ଅଜୟ ନାୟକ, ଯାଯପୁର କୋର୍ଟ ର ଆଇନଜୀବୀ ମିହିର କୁମାର ମହାପାତ୍ର, ଇଂ କାହ୍ନୁ କିଶୋର ସାହୁ,ଚରଂପା ସାହିତ୍ୟ ସଂସ୍କୃତି ସଂଗଠନ କାର୍ଯ୍ୟକାରୀ ସଂପାଦକ ବାବୁଲାଲ ଦାସ, ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଷ୍ଟାଲିନ ମିଶ୍ର, ଯୁବ ନେତା ପ୍ରତାପ ସେଠୀ, ବିନୋଦ ସାହୁ, ଉଜ୍ୱଳ ଯେନା ପ୍ରମୁଖ ସ୍ମୃତିଚାରକ ମାନେ ସଂଗ୍ରାମୀ ନିରାକାର ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସ୍ମୃତି ଚାରଣ ସଭା ରେ କମ୍ରେଡ ନିରାକାର ଙ୍କ ବଡ ପୁତ୍ର ଇଞ୍ଜିନିୟର ଜୀବନ କୁମାର ଜେନା, ୨ ୟ ପୁତ୍ର ଅଧିବକ୍ତା ବିଜନ କୁମାର ଜେନା, ୩ ୟ ପୁତ୍ର କାଉନସିଲ ର ରଞ୍ଜନ କୁମାର ଜେନା , ୪ ର୍ଥ ପୁତ୍ର ଇଞ୍ଜିନିୟର ସଜନ କୁମାର ଜେନା , ୫ ମ ପୁତ୍ର ଇଞ୍ଜିନିୟର ମିଲନ କୁମାର ଜେନା, ବଡଝିଅ ପୂର୍ବତନ ଅଧ୍ୟାପିକା ମିତସ୍ମିତା ଜେନା , ସାନଝିଅ ଇଞ୍ଜିନିୟର ନିବେଦିତା ଜେନା ଙ୍କ ସମେତ ଏହି ସଭାରେ ରାଜ୍ୟ ର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ସାଧାରଣ ଜନତା ଯୋଗ ଦେଇଥିଲେ ।