Odiapua.com

ଭଦ୍ରକରେ ୯୧ତମ ପୁଲିସ୍ ପ୍ରତିଷ୍ଠା ଦିବସ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସମସ୍ତ ସରକାରୀ ବିଭାଗ ମଧ୍ୟରେ ପୁଲିସ୍ ବିଭାଗର କାର୍ଯ୍ୟ ସର୍ବାଗ୍ରେ ରହିଛି। ଏମାନେ ଖରା ବର୍ଷା ଶୀତ କାକରକୁ ଖାତିର ନକରି ଲୋକଙ୍କ ସେବାରେ ନିଜକୁ ସମର୍ପି ଥାନ୍ତି। ଏପରିକି ଅନେକ ସମୟରେ ଏମାନେ ନିଜ ଜୀବନକୁ ବଳି ଦେଇ ରାଜ୍ୟ ଓ ଦେଶର ସୁରକ୍ଷା ରକ୍ଷା କରିଥାନ୍ତି। ବିଶେଷକରି ଭଦ୍ରକ ପୁଲିସ୍ ନିଜ କର୍ତବ୍ୟ ପାଳନରେ ନିକଟରେ ବେଶ୍ ଉଲ୍ଳେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା ପୁଲିସ୍ ମଧ୍ୟ ମାଓ ଦମନ କ୍ଷେତ୍ରରେ ବେଶ୍ ଦାୟିତ୍ୱ ତୁଲାଇଛି। ଆଜିର ଦିନରେ ଭଦ୍ରକକୁ ଏକ କ୍ରାଇମ୍ ଫ୍ରି ଓ ଦୁର୍ନୀତିମୁକ୍ତ ଜିଲା ଭାବେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ ବୋଲି ଆଜି ଭଦ୍ରକ ରିଜର୍ଭ ପୁଲିସ ପଡିଆ ଠାରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ନିଜ ବକ୍ତବ୍ୟରେ ଅଭିବାଦନ ଗ୍ରହଣ ପୂର୍ବକ ପୋଲିସ କର୍ମଚାରୀ ମାନେ ସବୁବେଳେ ସମର୍ପିତ ମନୋଭାବ ନେଇ ସାଧାରଣ ଲୋକ ଙ୍କ ସେବା କୁ ପ୍ରାଥମିକ ଦେଈ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଉପଲକ୍ଷେ ସେଠାରେ ଏକ ପେରେଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଏସପି ଶ୍ରୀ ରାଉତ ଯୋଗ ଦେଇଥିଲେ। ଏହି ଅବସରରେ ଭଦ୍ରକ ଏସପି କେତେକ ପୋଲିସ ଅଧିକାରୀ, ହାବିଲଦାର ଓ କନେଷ୍ଟବଳ ମାନଙ୍କୁ ଉତମ ପୋଲିସ ସେବା ପାଇଁ ପୁରସ୍କୃତ କରିଥିଲେ। ଏହି ଦିବସ ପାଳନ ସମାରୋହ ରେ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଡି ଏସ ପି ଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ ମାନେ ଯୋଗ ଦେଇଥିଲେ।