Odiapua.com

ଭଦ୍ରକରେ ହ୍ୟାପି କାର୍ଯ୍ୟକ୍ରମର ଶୁଭ ଉଦଘାଟନ

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁମ୍ବାଇର ଖ୍ୟାତି ସମ୍ପନ୍ନ ଡକ୍ଟର ସଚିନ୍ ପରବଙ୍କ ଦ୍ୱାରା ତିନି ଦିନ ଧରି ଭଦ୍ରକର ବିଭିନ୍ନ ସ୍ଥାନରେ ଯଥା ଶୁଭମ୍ ନର୍ସିଂ କଲେଜ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ନିଉ ଲାଇଫ ନିଶା ନିବାରଣ କେନ୍ଦ୍ର,ଟାଉନ ହଲ ଭଦ୍ରକ,ତଥା ବ୍ରହ୍ମା କୁମାରୀ ସେବାକେନ୍ଦ୍ର ଚରମ୍ପା ଓ ଭଦ୍ରକ ରେ ମୂଲ୍ୟ ଭିତିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଟାଉନ ହଲ ଠାରେ “ହ୍ୟାପି “ପ୍ରୋଗ୍ରାମ ର ଶୁଭ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ରୂପେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ସୁଧୀର ରଞ୍ଜନ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧକ୍ଷ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ। ଡ଼ା ସଚିନ୍ ହ୍ୟାପି ପ୍ରୋଗ୍ରାମର ଉଦ୍‌ଘାଟନ ଅବସରରେ ତାଙ୍କ ବକ୍ତବ୍ୟରେ କହିଥିଲେ ଖୁସି ରହିବା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ଆବଶ୍ୟକ। ନିଜକୁ ଅନ୍ୟ ସହ ତୁଳନା କରିବା ଦ୍ୱାରା ନିଜର ଖୁସି କମ ହୋଇଥାଏ। ନିଜର ତଥା ଅନ୍ୟର ବିଶେଷତାକୁ ଅନୁଭବ କଲେ ଖୁସି ବଢ଼ିଥାଏ। ପ୍ରତିଦିନ କିଛି ଏକ୍ସସରସାଇଜ,ପ୍ରାଣାୟମ ଏବଂ ମେଡିଟେସନ କରିବା ଦ୍ୱାରା ନିଜର ଖୁସି ବଢ଼ିଥାଏ। ବ୍ରହ୍ମାକୁମାରୀ ଭଦ୍ରକର ସଂଚଳିକା ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ସମସ୍ତେ ଖୁସି ଶାନ୍ତି ରେ ରହିବା ପାଇଁ ପ୍ରତି ମୁହୂର୍ତରେ ପରମାତ୍ମା ଙ୍କୁ ସ୍ମରଣ କରିବା ପାଇଁ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମର ପରିଚାଳନା ବ୍ରହ୍ମା କୁମାରୀ ମଧୁସ୍ମିତା ଭଉଣୀ କରିଥିଲେ। ସ୍ୱାଗତ ନୃତ୍ୟ ବ୍ରହ୍ମାକୁମାରୀ ନୀର୍ଲିପ୍ତା କରିଥିବା ବେଳେ ବ୍ରହ୍ମା କୁମାର ସୌଭାଗ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।