ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଭଦ୍ରକ ଜିଲ୍ଲାରେ ଭୋଟରମାନଙ୍କୁ ସହଜ ଓ ତ୍ୱରିତ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏକ ଭୋଟର ସହାୟତା କେନ୍ଦ୍ର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାଏ ଓ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରବି ନାରାୟଣ ସାହୁ ଏହି ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଧନାଇ ଚରଣ ଟୁଡୁ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ପ୍ରତିମା ନାୟକ ଓ ସହକାରୀ ଜିଲ୍ଲାପାଳ ଶାଶ୍ୱତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରମାନେ ଭୋଟର ତାଲିକା ସମ୍ବନ୍ଧୀୟ ବିଭିନ୍ନ ସୂଚନା, ନାମ ଅନ୍ତର୍ଭୁକ୍ତି, ସଂଶୋଧନ, ବିଲୋପ ଓ ଏସଆଇଆର-୨୦୨୬ ସମ୍ବନ୍ଧୀୟ ଆବଶ୍ୟକ ସହାୟତା ପାଇପାରିବେ। ଏସଆଇଆର-୨୦୨୬ ଅଧୀନରେ ଭୋଟର ତାଲିକାର ସଠିକତା ଓ ଅଦ୍ୟତନକରଣ ପାଇଁ ଘରକୁ ଘର ବୁଲି ଯାଂଚ କାର୍ଯ୍ୟ ଚାଲିଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ନିର୍ବାଚକଙ୍କ ନାମକୁ ଭୋଟର ତାଲିକାରେ ସୁନିଶ୍ଚିତ କରିବା ଏବଂ ଅଯୋଗ୍ୟ ନାମଗୁଡ଼ିକୁ ତାଲିକାରୁ ହଟାଇବା। ଏହା ମାଧ୍ୟମରେ ଏକ ନିର୍ଭରଯୋଗ୍ୟ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସଆଇଆର-୨୦୨୬ ସମ୍ପର୍କରେ ଅଧିକ ସୂଚନା ପାଇଁ ନାଗରିକମାନେ ଟୋଲ୍ ଫ୍ରି ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ। ଏଥିସହ ଙ୍ଖକ୍ଟଗ୍ଧରକ୍ସଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ ୱେବସାଇଟ କିମ୍ବା ଋଉଓଘଋଞ ଆପ୍ ମାଧ୍ୟମରେ “ଈକ୍ଟକ୍ଟଳ ବ ଉବକ୍ଷକ୍ଷ ଙ୍ଗସଗ୍ଧଷ ଈଖଙ” ସୁବିଧା ବ୍ୟବହାର କରି ଆବଶ୍ୟକ ସହାୟତା ଓ ସୂଚନା ପାଇପାରିବେ।