Odiapua.com

ଭଦ୍ରକରେ ସଡ଼କ ଦୁର୍ଘଟଣା, ୫ ଗୁରୁତର

ଭଦ୍ରକ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ କାଳକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ । ଫଳରେ କାଳରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କାଳରେ ଥିବା ଯାତ୍ରୀ ମାନେ ପଶ୍ଚିମବଙ୍ଗ ରୁ ପୁରୀ ଆସି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।