Odiapua.com

ଭଦ୍ରକରେ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇଜଣ ଯୁବବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଭଦ୍ରକ-ଚାନ୍ଦବାଲି ରାସ୍ତରେ କିଛି ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ୍ ହସ୍ତକ୍ଷେପରେ ତାହା ପ୍ରତ୍ୟାହୃତ ହୋଇଥିଲା। ହେଲେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ବୋଡକ ପଂଚାୟତ ବଢେଇସାହିର ପୀତବାସ ସାମଲଙ୍କ ପୁତ୍ର ପ୍ରିୟରଂଜନ (୨୯) ଓ ବ୍ରାହ୍ମଣସାହିର ବାସୁଦେବ ପତିଙ୍କ ପୁତ୍ର ବିକାଶ (୩୦) ଓଡି-୨୨-୭୭୯୨ ନମ୍ବରର ହୋଣ୍ଡା ୟୁନିକନ୍‌ର୍ ମୋଟର ସାଇକେଲ୍‌ରେ ଭଦ୍ରକରୁ ତିହିଡି ଯାଉଥିବା ସମୟରେ ବାରିକଛକ-ଇଚ୍ଛାପୁର ମଝାମଝିରେ ଏକ ଗାଡିକୁ ଓଭରଟେକ୍ କରି ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଆଳୁ ବୋଝେଇ ଟ୍ରକ୍ ସହ ମୁହାମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଯୁବ ବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ସ୍ଥଳରେ ପହଞ୍ôଚ ମୃତ ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ଭଦ୍ରକ ମୁଖ୍ୟ ଜିଲା ଚିକିତ୍ସାଳୟରେ କରାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି। ଏବଂ ଏହି ଘଟଣାର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି।