Odiapua.com

ଭଦ୍ରକରେ ଶ୍ରୀ ଶ୍ରୀ ସିରିଡି ସାଇଙ୍କ ୭ମ ବାର୍ଷିକ ଉତ୍ସବ

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ପୁରୁଣା କଚେରୀ ବଜାର ନିକଟ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିସର ମଧ୍ୟରେ ସାଇଧାମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶ୍ରୀ ଶିରିଡି ସାଇବାବାଙ୍କ ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ସଂପନ୍ନ ହୋଇଛି। ଏଥି ଉପଲକ୍ଷେ ସୂର୍ଯ୍ୟପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ସକାଳ ୯ ଘଟିକାରେ ରକ୍ତଦାନ ଶିବିର ଓ ୪ ଘଟିକାରେ ସାଇ ଭାଗବତ ପଠନ କରାଯାଇଥିଲା। ଆଜି ଯଜ୍ଞ ପରେ ପାଲିଙ୍କି ଯାତ୍ରା ସ୍ଥାନୀୟ ଅଂଚଳ ପରିକ୍ରମା କରିଥିଲା। ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଏହି ଉତ୍ସବକୁ ସତ୍ୟ ପଟ୍ଟନାୟକ, ରାଜେଶ କୁମାର ଦାସ, ଅଜିତ୍ କୁମାର ଦାସ, ସୁଜିତ୍ କୁମାର ନାୟକ, ସୋମନାଥ ସାହୁ, ସୂର୍ଯ୍ୟନାରାୟଣ ମହାନ୍ତି, ଗୌରଗୋପାଳ ଜେନା, ବୁଟୁ ଦାସ, ଧୀରେନ୍ଦ୍ର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବାବେଳେ ପୂଜକ ତପନ କୁମାର ପଣ୍ଡା ପୂଜାକାର୍ଯ୍ୟ ସଂଚାଳନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।