Odiapua.com

ଭଦ୍ରକରେ ଲୁଟେରାଙ୍କ ଗୁଳିମାଡ଼, ଦାଦା ଓ ପୁତୁରା ଗୁରୁତର ୨ ଲୁଟେରା ଫେରାର, ଲୋକଙ୍କ ମାଡରେ ଜଣେ ଆହତ

ଭଦ୍ରକ, ୨/୮ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ରାତି ପ୍ରାୟ ୯.୩୦ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ସାତଭଉଣୀ -ହରିପୁର ଛକରେ ପାନ ଦୋକାନ ବନ୍ଦ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ମାନସ ମହାରଣା ଓ ତାର ଦାଦା ସୁରେଶ ମହାରଣକୁ ଏକ ଗ୍ଲେମର ବାଇକରେ ଆସିଥିବା ୩ଜଣ ଯୁବକ ଗୁଳି ମାଡ଼ କରିବା ସହ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।ଆକ୍ରମଣକାରୀଙ୍କ ମଧ୍ୟରୁ ୨ଜଣ ସୁରେଶଙ୍କୁ ୩ରାଉଣ୍ଡ ଗୁଳି ମାରି ସୁନାହାର ଓ ବ୍ରେସଲେଟ ଛିଣ୍ଡାଇ ଲୋକ ଆସିଯିବାରୁ ଫେରାର ହୋଇଯାଇଥିବାବେଳେ ଜଣେ ଆକ୍ରମଣକାରୀଙ୍କୁ ଲୋକେ କାବୁକରି ନିର୍ଘାତ ମାରି ଗୁରୁତର କରିଛନ୍ତି।ଏହି ଗୁଳିକାଣ୍ଡରେ ସୁରେଶଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି।ସେ ଏବେ ଭଦ୍ରକ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି।ତାଙ୍କ ପୁତୁରା ମାନସ ମଧ୍ୟ ଆହତ ହୋଇଛି।ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।