Odiapua.com

ଭଦ୍ରକରେ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ରାଷ୍ଟ୍ରନିର୍ମାଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ବକ୍ତୁତା ପ୍ରତିଯୋଗିତା ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟ କନ୍‌ଫେରନ୍ସ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଦେଶଭକ୍ତ ତଥା ରାଷ୍ଟ୍ର ନିର୍ମାଣର ପ୍ରତିଭା ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟା ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍‌ଘାଟନ କରିଥିଲେ ଏବଂ ଦେଶର ପ୍ରତିରକ୍ଷା ବାହିନୀର ମୁଖ୍ୟ ସିଡିଏସ ଜେନେରାଲ ବିପିନ ରାୱତ ତାଙ୍କର ଧର୍ମପତ୍ନୀ ଓ ୧୧ଜଣ ସେନା ଅଧିକାରୀଙ୍କ ଅକାଳ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଭଦ୍ରକ ନେହେରୁ ଯୁବକେନ୍ଦ୍ର ଅଧିକାରୀ ବିଘ୍ନେଶ ଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ସାମଲ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର (ଜୁଡିସିଆଲ) କସ୍ତୁରିବାଳା ଜେନା ଯୋଗଦେଇଥିବାବେଳେ ଭଦ୍ର୍‌କ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ ସନ୍ତୋଷ କୁମାର ସେଠୀ ଓ ଉର୍ଦ୍ଦୁ ବିଭାଗର ସହକାରୀ ପ୍ରଫେସର ମହମ୍ମଦ ହୁସେନ୍ ଜାମି ଏବଂ ସପ୍ତମ ବାଟାଲିୟମ(ଏନସିସି) ସିନିଅର ଆସିଷ୍ଟାଣ୍ଟ ରବିନାରାୟଣ ପଣ୍ଡା ପ୍ରମୁଖ ବିଚାରକ ଭାବରେ ଯୋଗଦେଇଥିଲେ ।

ଏଥି ନିିମନ୍ତେ ବିଷୟବସ୍ତୁ ‘ଦେଶଭକ୍ତିରେ ରାଷ୍ଟ୍ର ନିର୍ମାଣ’ ସଂପର୍କିତ ସବକା୍‌ସାଥ , ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଉପରେ ପ୍ରତିଯୋଗୀମାନେ ହିନ୍ଦୀ ଓ ଇଂରାଜୀ ଭାଷାରେ ନିଜର ବକ୍ତୃତା ଉପସ୍ଥାପନ କରିଥିଲେ । ଏହି ପ୍ରତିଯୋଗୀତାରେ ୭ଟି ବ୍ଲକରୁ ମନୋନୀତ ହୋଇଥିବା ୫୦ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ନିହାରବାଳା ବାରିକ ପ୍ରଥମ, ସତ୍ୟସୁନ୍ଦର ପଣ୍ଡା ଦ୍ୱିତୀୟ ଏବଂ ଦୀପିକା ଗାହାଣ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅର୍ଥରାଶି ଓ ପ୍ରମାଣପତ୍ର ସହିତ ଅନ୍ୟସମସ୍ତ ପ୍ରତିଯୋଗୀଙ୍କୁ କେବଳ ପ୍ରମାଣପତ୍ର ଅତୀଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରଂହଣ କରିପାରିବେ । ପ୍ରାରମ୍ଭରେ ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିଗ୍ନେସ ଏମ୍ ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଭଦ୍ରକ ମହାବିଦ୍ୟାଳୟର ଏଏସ୍‌ଏସ୍ ବିଭାଗର କୋଅଡ଼ିନେଟର ସୁଭେନ୍ଦୁ ବରାଳ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବକେନ୍ଦ୍ରର ସମସ୍ତ ସ୍ୱେଚ୍ଛାସେବୀ ପରିଚାଳନ କରିବାରେ ସହଯୋଗ କରିଥିଲେ ।