Odiapua.com

ଭଦ୍ରକରେ ରାଜ୍ୟସ୍ତରୀୟ ପ୍ରଥମ ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ୍ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟସ୍ତରୀୟ ପ୍ରଥମ ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ୍ ଚମ୍ପିୟାନସିପ୍ ଆଜି ସ୍ଥାନୀୟ ନେହେରୁ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଏହି ଚମ୍ପିୟାନସିପ୍‌ରେ ରାଜ୍ୟର ୧୪ ଟି ଜିଲାର ପ୍ରାୟ ଏକଶହ ରେଟେଡ୍ ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି। ଭଦ୍ରକ ଜିଲା ଚେସ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ସମ୍ମାନ ଜନକ କ୍ରୀଡାକୁ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ପ୍ରଦୀପ ନାୟକ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଭଦ୍ରକ ଜିଲା ଯୁବ କ୍ରୀଡା ପ୍ରଶାସକ ତଥା ଅଧିବକ୍ତା ପବନ ଶର୍ମା, ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍‌ର ପଦାଧିକାରୀ ତଥା ଆର୍ବିଟର ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର, ତୁଷାରକାନ୍ତି ଦାସ, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଦ୍ରକରେ ଏଭଳି ଏକ କ୍ରୀଡାର ଶୁଭାରମ୍ଭକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲା ଆସୋସିଏସନ୍‌ର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଏହି ଚମ୍ପିୟାନସିପ୍‌ରେ ସାଧାରଣ ସଂପାଦକ ଅଶୋକ ପରିଜା, କାର୍ଯ୍ୟକର୍ତ୍ତା ଭାଗୀରଥି ମହାକୁଡ, ସୁଜିତ୍ ପତି, ରାଜେଶ ନାୟକ, ବିଶ୍ୱଜିତ୍ ଦାସ, ଲକ୍ଷ୍ମୀକାନ୍ତ ବାରିକ ଓ ରିଆଜ ଖାଁ ପ୍ରମୁଖ ସହଯୋଗ କରିଥିଲେ। ଏହି ଦୁଇଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ଆସନ୍ତା ୨୭ ତାରିଖ ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ବର୍ଗର କୃତି ଖେଳାଳିଙ୍କୁ ଟ୍ରଫି, ମେଡାଲ ଓ ଅର୍ଥ ରାଶି ଦ୍ୱାରା ପୁରସ୍କୃତ କରାଯିବ।