Odiapua.com

ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସରୋଜ କୁମାର ଦତ, ମୁଖ୍ୟ ଚିକିତ୍ସଧିକାରୀ ଡକ୍ଟର ସୁଧାଂଶୁ ଶେଖର ବଳ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଆଜିର ଜନଶୁଣାଣି ଶିବିର ରେ ମୋଟ୧୩୬ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୧୧୩ ଟି ବ୍ୟକ୍ତିଗତ ଥିଲା ବେଳେ ୨୩ ଟି ସାମୁହିକ ଥିଲା। ୬ଜଣ ଙ୍କୁ ୪୩୦୦୦ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଓ ୨ ଜଣ ଙ୍କୁ ୩୦୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଅନୁଦାନ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା। ପରେ ଦିବ୍ୟଙ୍ଗଙ୍କୁ ହ୍ୱିଲର ଚେୟାର ପ୍ରଦାନ କରାଯାଇଥିଲା।