Odiapua.com

ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ପ୍ରଜ୍ଞା ହୋତା, ସାଗରିକା, ସାହୁ, ଜ୍ଞାନରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର ଓ ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଆଜିର ଜନ ଶୁଣାଣି ଶିବିର ରେ ମୋଟ ୧୪୪ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୧୧୩ ଟି ବ୍ୟକ୍ତିଗତ ଥିଲା ବେଳେ ୨୩ ଟି ସାମୁହିକ ଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୭ ଜଣ ଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିରୁ ୨ଜଣ ଙ୍କୁ ୧ ଲକ୍ଷ ୮ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଥିଲା।