Odiapua.com

ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ, ସହର ପରିକ୍ରମା କରୁଛି ୭୨ ‘ଜୁଲୁଷ’ ଓ କାଫେଲା

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସମେତ ସମଗ୍ର ବିଶ୍ୱରେ ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ପ୍ରପେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ(ଇଦ-ମିଲାଦୁନ-ନବି) ପାଳିତ ହେଉଛି। ଇସଲାମ ଧର୍ମରେ ପ୍ରତ୍ୟ୍ୟେକ ପର୍ବ ଜିନ୍ଦ୍ର ଗଣନା ଆଧାରରେ କରାଯାଇଥାଏ। ଏହି କ୍ରମରେ ଆଜିର ଚନ୍ଦ୍ରର ୧୨ ତାରିଖରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ରୂପେ ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଉଛି। ଏହୁି ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉତ୍ସବ ମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ୭୨ଟି ସୁସଜ୍ଜିତ ଜୁଲୁଷ ଓ କାଫେଲା ପୁରୁଣାବଜାରସ୍ଥିତ ଚୌଖଣ୍ଡିରୁ ବାହାରରି ପୁରୁଣାବଜାର, ଲାହାପଟ୍ଟି, ପାଟଣାସାହି, ନଙ୍ଗାମହଲା, ହଜାରୀନଗର, କଚେରୀବଜାର, ନୂଆବଜାର, କଦମବେଢ଼ା, ଶଙ୍କରପୁର ଦେଇ ସହର ପରିକ୍ରମା କରି ମଦିନା ମଇଦାନ ଠାରେ ପହଞ୍ଚିବ। ଏଥିରେ ହଜାର ହଜାର ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ଯୋଗ ଦେିଛନ୍ତି। ବିଶେଷକରି ଛୋଟଛୋଟ ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକକରେ ଶୋଭାଯାତ୍ରା ଓ ବେଶ ଆକର୍ଷଣୀୟ ହୋଇଛି। ଭଦ୍ରକ ଏକ ଭାଇଚାରାର ସୌହର। ଏହି ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଏକ ହୋଇ ପାଳନ କରିଥାନ୍ତି।

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାଫେଲା ସହର ରିକ୍ରମା କରିବା ସୟମରେ ପ୍ରତ୍ୟେକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସରବତ, ପ୍ରସୋଦ ଓ ଉପହାର ବଣ୍ଟନ କରାଯାଇଛି। ତେବେ ସମସ୍ତ କାଫେଲା ଓ ଜୁଲୁଷ ମଦିନା ମଇଦାନ ଠାରେ ପହଞ୍ଚିବା ପରେ ସେଠାରେ ଏକ ଧର୍ମସଭା ହାଫିଜ ଅଫଜଲ ହୋସେନ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ର ବାହାରୁ ବହୁ ମୌଲାନା ପଣ୍ଡିତ, ସାଏର(କବି) ଯୋଗଦାନ କରି ପ୍ରଫେଟଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଛନ୍ତି। ଏହି ଅବସରରେ ସହରର ସମସ୍ତ ମସଜିଦ ରଙ୍ଗବେରଙ୍ଗ ଆଲୋକରେ ରଙ୍ଗାୟିତ ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ଶୋଭାଯାତ୍ରକାରୀଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି। ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, କମିଟିର ସାଧାରଣ ସଂପାଦକ ଶେଖ ଇନାମ ମହମ୍ମଦ, ସିରତ କମିଟିର ସଭାପତି ହାଜୀ ଅନୱାର ହୋସେନ, ସାଧାରଣ ସଂପାଦକ ଇଂ ହବିବୁଲ୍ଲା ଖାଁ, ମହ୍ମଦ ଜକାଉଲ୍ଲା, ହାଜୀ ଅଅବଦୁଲ ମୁକିତ ଖାଁ, ଶେଖ ସିରାଜୁଦ୍ଦିନ, ଜାହିଦ ହବିବ, ଏସଏମ ଫାରୁକ, ହାଜୀ କାସିମ ଖାଁ, ଅସରଫ ଅଲ୍ଲୀ, ଇଂ ରେଜାଏ ରସୁଲ, ଇଂ ସକିଉଲ ଜମା, ମତଲୁବ ଅଲ୍ଲୀ, ତବାରକ ଅଲ୍ଲୀ, ଅଖତର ଖାନ, ଶେଖ ଅବୁ କାଲାମ, ମିର୍ଜା ଏକ୍ରାମ, ହାଜୀ ଅବଦୁଲ ଦୟାନ, ମିଡିଆ ସେଲ ସଂଯୋଜକ ଶେଖ ଅନୱାର, ଶେଖ ସବିର ଅଲ୍ଲୀ, ହଫିଜୁର ରହେମାନ, ହାଜୀ ସଇଦ ଶାହା, ହାଜୀ କୟୁମ ଶାହା, ଜାୱେଦ ଅଖତର, ଶେଖ ହବିବୁଲ୍ଲା ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ସହିତି ଧର୍ମସଭା ପରିଚାଳନା କରିଥିଲେ।