Odiapua.com

ଭଦ୍ରକରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ସଭାପତିତ୍ୱ ଭଦ୍ରକ ମେଡ଼ିକାଲର ସଭା ଗୃହରେ ପାଳିତ ହୋଇଯାଇଛି । ଏହି ସଭାରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଦିଆଯାଇଥିଲା । ଏହି ସଭାରେ ଜିଲ୍ଲାର ବହୁ ଡ଼ାକ୍ତର ମାନେ ଯୋଗଦାନ କରି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ମାନସିକ ରୋଗୀମାନେ କିପରି ସୁସ୍ଥ ରହିପାରିବେ ସେ ବିଷୟରେ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଭାରତୀ ରାଉତ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିବାର କଳ୍ୟାଣ ଡ଼ାକ୍ତର ଜୟନ୍ତ କୁମାର ପଣ୍ଡା, ମହାମାରୀ ବିଶେଷଜ୍ଞ ଡ଼ାକ୍ତର ପାର୍ଥ ସାରଥୀ ମିଶ୍ର, ଜିଲ୍ଲା ତଥ୍ୟ ମେନେଜର ରଗେଶ୍ରୀ ମହାନ୍ତି, , ଅତିରିକ୍ତ ମେନେଜର ଅଭିଳାଷ ପାଣିଗ୍ରାହୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିନାୟକ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଷ୍ଟର ତିଆରି ଏବଂ ସ୍ଲୋଗାନ ଲେଖିବାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ପ୍ରଭାକର ପାଢ଼ୀ, ଅତିରିକ୍ତ ନିର୍ଦ୍ଦେଶକ ଶଙ୍କର୍ଷଣ ପଣ୍ଡା ଓ ସବ୍ୟସାଚୀ ପାଢ଼ୀ ।