Odiapua.com

ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଜନପ୍ରିୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ଏବଂ ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟମାନ ସ୍ଥାପନ କରିବା ପାଇଁ ସିଦ୍ଧାନ୍ତ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକର ଜିଲ୍ଲାବାସୀ ଭଦ୍ରକରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କ ପାଖରେ ଆବେଦନ କରି ଆସୁଛନ୍ତି । ଜିଲ୍ଲାର ଛାତ୍ର, ବୁଦ୍ଧିଜୀବୀ, ଜନସାଧାରଣ ଏବଂ ଲୋକ ପ୍ରତିନିଧିମାନେ ଆପଣଙ୍କର ସଦୟ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ଅତୀତରେ ଦୁଇଥର ଲୋକପ୍ରତିନିଧିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ‘୫ଟି’ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଆସିଛନ୍ତି । ୧୧ ଜୁନ୍ ୨୦୨୪ରେ ଭଦ୍ରକର ଦୁଇ ଦୁଇଟି ସଭାରେ ଘୋଷଣା କରିଥିଲେ କି ଭଦ୍ରକବାସୀଙ୍କର ଦୁଇଟି ସ୍ୱପ୍ନ ସମ୍ବନ୍ଧରେ ସରକାର ସଚେତନ ଅଛନ୍ତି । ଭଦ୍ରକରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଦ୍ୱିତୀୟଟି ହେଲା ମେଡ଼ିକାଲ କଲେଜ ସ୍ଥାପନ । ଏହି ଦୁଇଟି ଯୋଜନା ପ୍ରତିଷ୍ଠା ହେବାର ଠିକ୍ ହୋଇଅଛି କିନ୍ତୁ ଆପଣ ମୋ ମୁହଁରୁ ଶୁଣିବାଠାରୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିଲେ ବେଶୀ ଖୁସି ହେବେ ବୋଲି ‘୫ଟି’ ଅଧ୍ୟକ୍ଷ କହିଥିଲେ । ଏହା ମଧ୍ୟରେ ଆଠମାସ ବିତି ଗଲାଣି, କିନ୍ତୁ ଏ ବିଷୟରେ କିଛି ଘୋଷଣା କରାଗଲା ନାହିଁ କିମ୍ବା ବିଜ୍ଞପ୍ତି ପ୍ରକାଣ ପାଇଲା ନାହିଁ । ପାର୍ଶ୍ୱବର୍ତ୍ତୀ ଜିଲ୍ଲାମାନଙ୍କରେ ଯେପରି ଅଗ୍ରଣୀ କଲେଜ ଗୁଡ଼ିକର ସ୍ୱାତନ୍ତ୍ରତା ରକ୍ଷା କରାଯାଇ ବିଶ୍ୱବିଦ୍ୟାଳୟମାନ ସ୍ଥାପନ କରାଯାଇଛି, ସେହିପରି ଭଦ୍ରକରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ବହୁ ପୁରାତନ ଭଦ୍ରକ ସ୍ୱୟଂଶାସିତ କଲେଜର ସ୍ୱାତନ୍ତ୍ରତାକୁ ରକ୍ଷା କରାଯାଉ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏ ସଂକ୍ରାନ୍ତରେ ଆଶୁ ପଦକ୍ଷେପ ଗ୍ରହଣ କରବାକୁ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ପୂର୍ବତନ ଅଧ୍ୟକ୍ଷ ଭଦ୍ରକ ତଥା ପୁରାତନ ଛାତ୍ର ସଂସଦ ପୂର୍ବତନ ସଭାପତି ଡ଼. ଦେବେନ୍ଦ୍ର ରାଉତ, ପୁରାତନ ଛାତ୍ରସଂସଦର ସଭାପତି ଡ଼. ବ୍ରଜମୋହନ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ।